Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଖେଳ ଖବର

ମୁଖ୍ୟ ଖବର

    ଧୋନି, କୋହଲିଙ୍କୁ ଟପିଲେ ରୋହିତ ଶର୍ମା

    Share on :
    ajab-Image
    Date: Nov 4, 2019    Views: 446

    ନୂଆଦିଲ୍ଲୀ : କାମଚଳା ଅଧିନାୟକ ରୋହିତ ଶର୍ମା ରବିବାର ଭାରତ ପକ୍ଷରୁ ସର୍ବାଧିକ ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ କରିଛନ୍ତି । ଏ କ୍ଷେତ୍ରରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପିଛନ୍ତି । ଧୋନି ୯୮ ଅନ୍ତର୍ଜାତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି । ତେବେ ବାଂଲାଦେଶ ବିପକ୍ଷ ତିନି ଟିକିଆ ଟ୍ୱେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳି ରୋହିତ ୯୯ ଟ୍ୱେଣ୍ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିବାର ଗୌରବ ଅର୍ଜନ କରିଛନ୍ତି । ଏହା କରି ସେ ବିଶ୍ୱର ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳିଥିବା ଖେଳାଳି ତାଲିକାରେ ପାକିସ୍ତାନର ସାହିଦ ଆଫ୍ରିଦି (୯୯)ଙ୍କ ସହ ଯୁଗ୍ମ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହି ତାଲିକାରେ ପାକିସ୍ତାନର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ (୧୧୧) ପ୍ରଥମ ସ୍ଥାନରେ ରହିଛନ୍ତି । ରୋହିତ ମଧ୍ୟ ଏହି ମ୍ୟାଚ୍ ଅବସରରେ ପୁଣି ଥରେ ଟ୍ୱେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି । ଏହି କ୍ରମରେ ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଅତିକ୍ରମ କରିଛନ୍ତି । କିଛି ଦିନ ତଳେ ରୋହିତଙ୍କୁ କୋହଲି ଟପିଥିଲା ବେଳେ ରୋହିତ ରବିବାର ତାଙ୍କଠାରୁ ଆଉ ଥରେ ସର୍ବାଧିକ ଟ୍ୱେଣ୍ଟି-୨୦ ରନ୍ ସଂଗ୍ରହକାରୀ ଉପାଧୀକୁ ଛଡ଼ାଇ ନେଇଛନ୍ତି । ରୋହିତ ଆଜି ମାତ୍ର ୯ ରନ୍ରେ ଆଉଟ୍ ହୋଇଯାଇଥିଲେ । ହେଲେ କୋହଲିଙ୍କୁ ପଛରେ ପକାଇବା ଲାଗି ତାଙ୍କୁ ମାତ୍ର ୭ ରନ୍ର ଦରକାର ଥିବାରୁ ବିଶ୍ୱ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ । କୋହଲି ୭୨ ଟ୍ୱେଣ୍ଟି-୨୦ରୁ ୨୪୫୦ ରନ୍ କରିଥିଲା ବେଳେ ରୋହିତ ୯୯ ଟ୍ୱେଣ୍ଟି-୨୦ରୁ ୨୪୫୨ ରନ୍ରେ ପହଞ୍ଚିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook