Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଧୋଇଗଲା ମାଟି ରାସ୍ତା, ଚଳାଚଳ ଠପ

    Share on :
    ajab-Image
    Date: Oct 13, 2020    Views: 5228

    ଭଞ୍ଜନଗର: ପ୍ରବଳ ବର୍ଷାରେ  ଏକ ନିର୍ମାଣାଧୀନ ପୋଲ ପାଖ ରାସ୍ତା ଧୋଇ ହୋଇଯାଇଛି ।  ସୋରଡ଼ା ବଡ଼ଗଡ଼ ଠାରେ ଏକ   ପୋଲ ନିର୍ମାଣାଧୀନ ରହିଥିବାବେଳେ ତାର ନିକଟସ୍ଥ ମାଟି ରାସ୍ତା ଧୋଇଯାଇଛି ।  ୨ଟି ମାଟି ରାସ୍ତା ଧୋଇଯିବାରୁ ବ୍ରହ୍ମପୁର-ବଡ଼ଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାଯାଇଛି । 

    ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଆଉ ବର୍ଷାକୁ ଦୃଷ୍ଟିରେ ରଖି, ପାହାଡିଆ ଅଂଚଳରୁ ୫ଶହ ଲୋକଙ୍କୁ କରାଗଲା ସ୍ଥାନାନ୍ତର । ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳିରେ ରଖାଯାଇଛି । ଲୋକଙ୍କୁ ସ୍ଥାନାନ୍ତର ପାଇଁ ପୂର୍ବରୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଓ ସୁଖିଲା ଖାଦ୍ୟ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ସମସ୍ତ କେନ୍ଦ୍ରରେ କର୍ମଚାରୀଙ୍କୁ ନିୟୋଜିତ ରହିଛନ୍ତି ।

    ଅଧିକ ବୃଷ୍ଟିପାତ ଯୋଗୁଁ ତଳିଆ ଅଂଚଳରେ ପାଣି ଜମିବା ସହ ଚାଷ ଜମି ପାଣି ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ପୂର୍ବରୁ ପାହାଡିଆ ଅଂଚଳରେ ଭୂସ୍ଖଳନ ଭଳି ସ୍ଥିତି ଉପୁଜିବାକୁ ନେଇ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଥିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook