ମୁଖ୍ୟ ଖବର
ନୟାଗଡ଼ : ନୟାଗଡ଼ ଜିଲା ଦଶପଲ୍ଲାର ରଙ୍ଗମାଟିଆ ୫୭ ନମ୍ବର ଜାତୀୟ ରାଜପଥରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁର୍ଘଟଣା ପରେ ବାଇକ ସହ ଜଣେ ଯୁବକ ଜଳି ଯାଇଥିବା ଦେଖାଯାଇଛି । ଏକ ଆମ୍ବୁଲାନ୍ସ ସହ ବାଇକ ଆରୋହୀଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ତାଙ୍କ ବାଇକ ଜଳିବା ସହିତ ସେ ମଧ୍ୟ ଉକ୍ତ ନିଆଁରେ ଜଳି ଯାଇଥିଲେ । ଖବର ପାଇ ଦଶପଲ୍ଲା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚôଥିଲେ । ହେଲେ ସେତେବେଳକୁ ଯୁବକଙ୍କ ମୃତୁ୍ୟ ହୋଇସାରିଥିଲା । ତାଙ୍କ ମୃତଦେହକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି । ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ ।
Comments ସମସ୍ତ ମତାମତ