ମୁଖ୍ୟ ଖବର
ସୁଶାନ୍ତ ସିଂ ରାଜପୁତଙ୍କ ମୃତୁ୍ୟ ମାମଲାରେ ବିହାର ପୁଲିସ ତଦନ୍ତ ଜୋରଦାର କରିଛି । ବିହାର ପୁଲିସ ଏବେ ରିୟାଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରୁଛି । ଏସବୁ ମଧ୍ୟରେ ଏବେ ରିୟା ଫେରାର ହୋଇଯାଇଛନ୍ତି । ପୁଲିସ ତାଙ୍କର ମୋବାଇଲକୁ କଲ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ । ମିଳିଥିବା ଖବର ଅନୁସାରେ, ବିହାର ପୁଲିସ ରିୟାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିବା ଉପରେ ବିଚାର କରୁଛି । ସୁଶାନ୍ତଙ୍କ ମାମଲାର ତଦନ୍ତ କରିବା ପରାଇଁ ଯାଇଥିବା ବିହାର ପୁଲିସ ଟିମ ମୁମ୍ବାଇ ପୁଲିସଠାରୁ ସହଯୋଗ ପାଉନଥିବା ସମସ୍ୟା ଉପରେ ବିଚାର ତଥା ଆଗକୁ ରଣନୀତି ପ୍ରସ୍ତୁତ କରିବା ପାଇଁ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଏକ ବୈଠକ କରିଥିଲେ । ବୈଠକ ପରେ ବିହାର ଡିଜିପି ମହାରାଷ୍ଟ୍ର ଡିଜିପିଙ୍କ ସହ କଥା ହୋଇ ଏହି ମାମଲାରେ ସହଯୋଗ ମାଗିଛନ୍ତି । ରିୟା ସାମନାକୁ ଆସୁ ନଥିବାରୁ ତାଙ୍କ ବିରୋଧରେ ଏବେ ଲୁକଆଉଟ ନୋଟିସ ଜାରି କରାଯାଇପାରେ । ସୁଶାନ୍ତଙ୍କ ମୃତୁ୍ୟ ମାମଲାରେ ବିହାର ପୁଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରିୟାଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପୁଲିସ ଏବେ ସମସ୍ତ ଅଭିଯୋଗ ସମ୍ପର୍କରେ ବଳିଷ୍ଠ ପ୍ରମାଣ ଏକାଠି କରୁଛି ।
Comments ସମସ୍ତ ମତାମତ