Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୬ ଲେନ ହେବ କଟକ ରିଂ ରୋଡ

    Share on :
    ajab-Image
    Date: Jan 23, 2020    Views: 2950

    କଟକ: କଟକ ସହର ଚତୁଃପାଶ୍ୱର୍ ରିଂ ରୋଡ ୬ ଲେନ ବିଶିଷ୍ଟ ହେବ ।  କଟକ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।  କଟକ ହାଡ଼ିଆ ପଠାରେ ଅନୁଧ୍ୟାନ ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।  ସେହିପରି ଏସସିବି ମେଡିକାଲ ନବନିର୍ମାଣ କାର୍ଯ୍ୟ ମାର୍ଚ୍ଚ ମାସରୁ ଆରମ୍ଭ ହେବ  ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । 

    କଟକ ଜିଲା ମହାନଦୀର ହାଡ଼ିଆପଠାରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପହଞ୍ଚିଛନ୍ତି। ପ୍ରସ୍ତାବିତ ଏସସିବି (ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ)କୁ ବିଶ୍ୱସ୍ତରୀୟ କ୍ୟାମ୍ପସ କରିବାକୁ ଉଦ୍ୟମ ତଥା ଦ୍ୱିତୀୟ କ୍ୟାମ୍ପସ ନେଇ ସମୀକ୍ଷା କରାଯାଉଛି। ଦ୍ୱିତୀୟ କ୍ୟାମ୍ପସ ନେଇ ମୁଖ୍ୟମନ୍ତ୍ରୀ ନକ୍ସା ଦେଖୁଛନ୍ତି। ଏହି କାର୍ୟ୍ୟକ୍ରମରେ ବରିଷ୍ଠ ମନ୍ତ୍ରୀ, ଜିଲାର ସମସ୍ତ ବିଧାୟକ, ବିଭାଗୀୟ ସଚିବମାନେ ଉପସ୍ଥିତ ରହିଛନ୍ତି। ହାଡ଼ିଆପଠାରେ କିଛି ସ୍ଥାନ ବୁଲିବା ସହ ଏଠାରେ ମୁଖ୍ୟମନ୍ତ୍ରୀ ନିଜର ଉଦବୋଧନ ଦେଇଛନ୍ତି।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook