Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସରକାରୀ ଚାକିରିଆଙ୍କ ପାଇଁ କଟକଣା: ଗଣମାଧ୍ୟମ ଆଗରେ ତୁଣ୍ଡ ଖୋଲିଲେ କାର୍ଯ୍ୟାନୁଷ୍ଠାନ

    Share on :
    ajab-Image
    Date: Jul 8, 2020    Views: 4529

    ଭୁବନେଶ୍ୱର: ଏଣିକି କୌଣସି ବର୍ଗର ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ତୁଣ୍ଡ ଖୋଲିପାରିବେ ନାହିଁ । ଯଦି କୌଣସି ପ୍ରକାରେ ସାମାଜିକ ଗଣମାଧ୍ୟମ ଆଗରେ ସରକାରୀ ଚାକିରି ନିୟମିତ ହେଉ ଅବା ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅଭିଯୋଗ କରନ୍ତି ତେବେ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଏ ସଂକ୍ରାନ୍ତରେ ଏକ ପତ୍ର ସବୁ ବିଭାଗ ମୁଖ୍ୟଙ୍କୁ କର୍ମଚାରୀ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଗଣମାଧ୍ୟମ ଜରିଆରେ ସରକାରଙ୍କ ଉପରେ ଚାପ ପକାଉଥିବା ଦୃଷ୍ଟିଗୋଚର ହୋଇଛି । ଏହାକୁ ଏଣିକି ବରଦାସ୍ତ କରାଯିବ ନାହିଁ । ସରକାରୀ ଚାକିରି ସର୍ତ୍ତାବଳୀ ନିୟମ-୧୯୫୯ ଅନୁଯାୟୀ ଏହାକୁ ବିଶୃଙ୍ଖଳା ଆଚରଣ ଦର୍ଶାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସରକାରଙ୍କ ଚାକିରି ନିୟମ-୨୩ରେ ମଧ୍ୟ ବିରୁଦ୍ଧାଚରଣ ହେଉଛି । କେତେକ କ୍ଷେତ୍ରରେ ସରକାରୀ କର୍ମଚାରୀମାନେ ସେମାନଙ୍କ ଦରମା ବୃଦ୍ଧି କରିବା, କ୍ୟାଡର ପୁନଃଗଠନ, ଚାକିରି ନିୟମିତ, ନୂତନ ଚାକିରି ଭଳି କାର୍ଯ୍ୟରେ ବିଭିନ୍ନ ପ୍ରକାର ସରକାରୀ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରୁଥିବା ସରକାରଙ୍କ ନଜରକୁ ଆସିଛି । ଏହା ସମ୍ପୂର୍ଣ୍ଣ ଭାବେ ନିୟମ ବିରୋଧୀ । ଯଦି କୌଣସି କର୍ମଚାରୀ ତାଙ୍କର ପ୍ରାପ୍ୟ ସରକାରଙ୍କଠାରୁ ପାଇବାକୁ ଅଛି ତେବେ ସେମାନେ ସରକାରଙ୍କ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ଅନୁଯାୟୀ ଅଭିଯୋଗ କରିପାରିବେ ବୋଲି ଶ୍ରୀ ଚୋପ୍ରା ଦର୍ଶାଇଛନ୍ତି । ସୂଚନା ଯୋଗ୍ୟ ଯେ ଗୃହ ବିଭାଗ ପକ୍ଷରୁ ଚଳିତ ବର୍ଷ ଜାନୁଆରୀରେ ଗଣମାଧ୍ୟମ ଉପରେ ରୋକ ଲଗାଯାଇଥିଲା । କୌଣସି ସରକାରୀ ଚାକିରିଆ ସରକାରଙ୍କ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରିପାରିବେ ନାହିଁ ବୋଲି ଶ୍ରୀ ଚୋପ୍ରା ଦର୍ଶାଇଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook