Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କିଙ୍ଗସ ବନାମ ରୟାଲ୍ସ ମୁକାବିଲା : ଟସ୍ ଜିତି ଆରସିବିର ବ୍ୟାଟିଂ ନିଷ୍ପତ୍ତି

    Share on :
    ajab-Image
    Date: Oct 15, 2020    Views: 3517

    ଦୁବାଇ : ଆଇପିଏଲରେ ଆଜି ରୟାଲ୍ସ ବନାମ କିଙ୍ଗସ ମୁକାବିଲାରେ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି ଆରସିବି । ଶାରଜାର ଛୋଟ ଗ୍ରାଉଣ୍ଡରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଡ ସ୍କୋର ଛିଡା କରିବାକୁ ଚାହିଁବ । ଆଜିର ମ୍ୟାଚରେ ଆରସିବି ଦଳରେ କୌଣସି ପରିବର୍ତ୍ତନ କରିନଥିବା ବେଳେ ପଞ୍ଜାବ ତିନୋଟି ପରିବର୍ତ୍ତନ କରିଛି । ପଞ୍ଜା ପକ୍ଷରୁ ମନଦୀପ ସିଂ, ମୁଜିବ ଉର ରେହମାନ ଏବଂ  ପ୍ରଭ ସିମ୍ରନ ସିଂଙ୍କ ସ୍ଥାନରେ କ୍ରିସ ଗେଲ, ଦୀପକ ହୁଡା ଏବଂ ମୁରୁଗନ ଅଶ୍ୱିନଙ୍କୁ ଖେଳାଯାଉଛି । ଉଭୟ ଦଳରେ ବଡ ବଡ ପାୱାର ହିଟର ରହିଥିବାରୁ ଯେଉଁ ଦଳର ବୋଲର ମାନେ ଭଲ ପ୍ରଦର୍ଶନ କରିବେ ସେହି ଦଳ ବିଜୟୀ ହେବ ।
    ଏହି ମ୍ୟାଚରେ ବିଜୟୀ ହୋଇ ବିରାଟ କୋହଲିଙ୍କ ଦଳ ପଏଣ୍ଟ ଟେବୁଲ ଉପରକୁ ଯିବାକୁ ଚେଷ୍ଟା କରିବ । ଅପର ପକ୍ଷରେ ଏହି ମ୍ୟାଚରେ ବିଜୟୀ ହେଲେ ହିଁ ପଞ୍ଜାବ ପ୍ଲେ ଅଫ ଖେଳିବା ଆଶା ଉଜ୍ଜୀବିତ ରଖି ପାରିବ ।

    Maximum 500 characters

    ଖେଳ ଖବର View all

    Find Us on Facebook