Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆରସିବିର ପୁଣି ଜଣେ ଖେଳାଳି କରୋନା ଆକ୍ରାନ୍ତ, କିଏ ସେ ଜାଣନ୍ତୁ

    Share on :
    ajab-Image
    Date: Apr 8, 2021    Views: 3013

    ଚେନ୍ନାଇ: ଇଣ୍ଡିଆନ ପି୍ରମିୟର ଲିଗ (ଆଇପିଏଲ) ଚତୁର୍ଦ୍ଧତମ ସଂସ୍କରଣ ଉପରେ କରୋନା ଆକ୍ରମଣ ଜାରି ରହିଛି । ଦେବଦତ୍ତ ପାଡ଼ିକଲଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଡାନିଏଲ ସାମସ କରୋନା ଆକ୍ରାନ୍ତ ହୋଇଛନ୍ତି । ସାମସଙ୍କ ନିକଟରେ କୋଭିଡ-୧୯ର କୌଣସି ଲକ୍ଷଣ ନଥିବା ବେଳେ ସେ ସଙ୍ଗରୋଧରେ ରହିଛନ୍ତି  । ୨୮ ବର୍ଷୀୟ ଅଲରାଉଣ୍ଡର ସାମଏ ଏପି୍ରଲ ୩ରେ ଚେନ୍ନାଇରେ ପହଞ୍ଚିବା ପରେ କରୋନା ପରୀକ୍ଷା କରିଥିଲେ । ଉକ୍ତ ରିପୋର୍ଟ ନେଗେଟିଭ ରହିଥିଲା । ତାଙ୍କର ଦ୍ୱିତୀୟ ପରୀକ୍ଷଣର ରିପୋର୍ଟ ବୁଧବାର ଆସିଥିଲା । ଯେଉଁଥିରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ବାମହାତୀ ଅଷ୍ଟ୍ରେଲିୟ ବୋଲର ସାମସ ଜଣେ ପାୱାର ହିଟର ଭାବେ ପରିଚିତ । ସେ ୫୧ଟି ଟ୍ୱେଣ୍ଟି୨୦ ମ୍ୟାଚ ଖେଳି ୬୩ଟି ୱିକେଟ ନେଇଛନ୍ତି । ସେହିପରି କରୋନା ଆକ୍ରାନ୍ତ ହୋଇଥିବା ଓପନର ଦେବଦତ୍ତ ପାଡିକଲ ସୁସ୍ଥ ହୋଇ ବୁଧବାର ଦଳ ସହିତ ଯୋଗ ଦେଇଛନ୍ତି । ପାଡିକଲ ଅଭ୍ୟାସ ଆରମ୍ଭ କରିଥିବା ବେଳେ ଶୁକ୍ରବାର ଉଦଘାଟନୀ ମ୍ୟାଚ ଖେଳିବାରେ କୌଣସି ସମସ୍ୟା ନାହିଁ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେଡିକାଲ ଦଳ ସୂଚନା ଅନୁସାରେ ପାଡିକଲ କରୋନା ରିପୋର୍ଟ ବୁଧବାର ନେଗେଟିଭ ଆସିଛି ।

     

    Maximum 500 characters

    ଖେଳ ଖବର View all

    Find Us on Facebook