Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ରେପୋ ରେଟ ଅପରିବର୍ତିତ

    Share on :
    ajab-Image
    Date: Aug 6, 2020    Views: 3221

    ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମୁଦ୍ରାନୀତି ସମ୍ପର୍କରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ  ।

    ୧. କୋଭିଡ଼ ୧୯ ସ୍ଥିତିକୁ ଆଖିଆଗରେ ରଖି ରେପୋ ହାର ଅପରିବର୍ତିତ ରଖାଯାଇଛି  ।
    ୨. ରେପୋ ରେଟ ୪% ରଖାଯାଇଛି  ।
    ୩. ବିଶ୍ୱ ଅର୍ଥନୀତିରେ ଏବେବି ସୁଧାର ଆସିନାହିଁ  । 
    ୪. ବାସ୍ତବ ଜିଡ଼ିପି ଅଭିବୃଦ୍ଧି ନକରାତ୍ମକ ରହିଛି  । କୋଭିଡ଼-୧୯ ସଂକ୍ରାନ୍ତରେ ସକରାତ୍ମକ ଖବର ଆସିଲେ ସ୍ଥିତି ବଦଳିପାରିବ  ।
    ୫. ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ କିନ୍ତୁ ପରେ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଛି  ।
    ୬. କରୋନା ପାଇଁ ଖାଦ୍ୟ ମୂଲ୍ୟସ୍ଫୀତି ବୃଦ୍ଧି ପାଇଛି  । ଭଲ ମୌସୁମୀ ପାଇଁ ଖରିଫ ଚାଷ ବଢ଼ିଥିବାରୁ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଛି  ।

    ଅପରପକ୍ଷରେ ଆରବିଆଇର ମୁଦ୍ରା ନୀତି ସମ୍ପର୍କରେ ଘୋଷଣା ପୂର୍ବରୁ ନିବେଶକମାନେ ଉତ୍ସାହିତ ହୋଇ ପଡ଼ିଥିଲେ  । ଫଳରେ ସେନସେକ୍ସ ବୃଦ୍ଧି ପାଇଛି  । କିନ୍ତୁ ବ୍ୟାଙ୍କର ନିଫ୍ଟି କିନ୍ତୁ ସାମାନ୍ୟ ହ୍ରାସ ପାଇଥିଲା  । ଧିରେଧିରେ ବାଣିଜ୍ୟ କାରବାର ବୃଦ୍ଧି ପାଉଥିବାରୁ ଅର୍ଥନୀତିରେ ସୁଧାର ଆସିବ ବୋଲି ଆରବିଆଇ ଗଭର୍ଣ୍ଣର ଆଶା ପ୍ରକାଶ କରିଛନ୍ତି  ।

    କରୋନା ମହାମାରୀକୁ ଆଖି ଆଗରେ ରଖି ଗତ ମାର୍ଚ୍ଚରେ ଆରବିଆଇ ତିନି ମାସ ପର୍ଯ୍ୟନ୍ତ ମୋରେଟୋରିୟମ ଘୋଷଣା କରିଥିଲେ  । ଅର୍ଥାତ ଋଣ କିସ୍ତି ପଇଠ ପାଇଁ ମହଲତ ପ୍ରଦାନ କରାଯାଇଥିଲା  । ପରେ ତାହାକୁ ପୁନଶ୍ଚ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମହଲତ ଦିଆଯାଇଥିଲା  ।

    Maximum 500 characters

    ଅର୍ଥନୀତି View all

    Find Us on Facebook