Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଗେଇ ଚାଲିଛି ରଥ ନିର୍ମାଣ

    Share on :
    ajab-Image
    Date: May 23, 2020    Views: 3576

    ପୁରୀ () ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇ ପିନ୍ଧାକାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଚକଟିରେ ତୁମ୍ବରେ ଅର ସଂଯୋଗ ସରିଛି । ଦେବଦଳନ ରଥର ୧୦ଟି ଚକ ସମ୍ପୂର୍ଣ୍ଣ ହୋଇ ଅନ୍ୟ ଏକ ଚକରେ ପଇ ପିନ୍ଧାକାର୍ଯ୍ୟ ଚାଲିଛି । ନନ୍ଦୀଘୋଷ ରଥର ୧୧ଟି ଚକ ସମ୍ପୂର୍ଣ୍ଣ ହୋଇ ଦୁଇଟି ତମ୍ବୁରେ ଅର ସଂଯୋଗ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଦୁଇଟି ପିନ୍ଧରେ ପଇ ସଂଯୋଗ ସରି ବିଲେଇ ବାଡିଆ କାର୍ଯ୍ୟ ଚାଲିଛି । ତାଳଧ୍ୱଜ ରଥ ଏବଂ ଦେବଦଳନ ରଥର ଅଖ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୭ଟି ଅଖ ଶେଷ ହୋଇ ଶେଷ ଅଖଟିର ମାଠେଣି କାର୍ଯ୍ୟ ଆରମ୍ଭ ହେବ । ତିନି ରଥର ଚାରିଆହାକା କାର୍ଯ୍ୟ ଶେଷ ହୋଇଛି । ପ୍ରତିରଥର ଦୁଇଟି ଲେଖାଏଁ ଗରଗରା କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ତିନି ରଥର ୧୦ଟି ଲେଖାଏଁ ଗୁଜ କାମ ଶେଷ ହୋଇ ବାକି ଗୁଜ ଗୁଡିକରେ ଖୋଦେଇ କାମ ଏବଂ ଅଲଙ୍କାର କାମ ଚାଲିଛି । କରତି ସେବକଙ୍କ ଦ୍ୱାରା ଦୋଳ ବେଦି ଠାରେ ନନ୍ଦିଘୋଷ ରଥର ଗୟଳ ଚିରିଟ କାମ ପୂର୍ବରୁ ବାଇଁସି ଚାଲିଛି । ଏହାପରେ ସୁୂତା ମାପ କରାଯାଇ ଚିରିଟ କାର୍ଯ୍ୟ କରାଯିବ । ଦୋଳ ବେଦୀ ଠାରେ ଅସ୍ଥାଇଶାଳରେ ଓଝା ସେବକଙ୍କ ଦ୍ୱାରା ତିନି ରଥ ପାଇଁ ୨୦ଏମଏମ ମୋଟେଇର ଅଖ କଣ୍ଟା ତିଆରି ଚାଲିଛି ଯାହାକି ଆଗ ପାତେଳି ଓ ଚଉରସ କଣ୍ଟା ଭାବେ ବଶାଯାଏ । ଆଗ ପାତେଳି କଣ୍ଟା ତମ୍ବୁର ବାହ୍ୟ ଅଂଶରେ ଅଖଦଣ୍ଡା ଓ କୁଡୁକାମୁ ଯୋଡିଥାଏ । ସକୀଚରର ସ୍ପି୍ରଙ୍ଗ ଭଳି କାର୍ଯ୍ୟ କରେ । ‘ଚଉରସ କଣ୍ଟା’ ତମ୍ବୁର ଭିତର ଅଂଶ ଅଖ ଦଣ୍ଡାରେ ବାଡିଆ ଯାଏ । ଅଖଦଣ୍ଡାକୁ ଫିକ୍ସ କରେ । ‘ଗରଗରା କଣ୍ଟା ଉପରେ ଚାରି ନାହାକା ଠିଆ ହୁଏ । ଏହା ଦଣ୍ଡା, ଅଖ, ଗରଗରାକୁ ବାନ୍ଧି ରଖେ । ଆଜି ଦିବା ୧୧.୩୦ ମିନିଟରେ ‘ନୀଳାଦ୍ରୀ’ ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁରୀ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ କରୋନା ଭୂତାଣୁ ସମ୍ପର୍କରେ ‘ଗରାବଡୁ’ ସେବକମାନଙ୍କ ନିମନ୍ତେ ସଚେତନତା ଶିବିର ଶ୍ରୀମନ୍ଦିର ପ୍ରଶାସକ, ଉନ୍ନୟନ ଶ୍ରୀଯୁକ୍ତ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା । ଏଥିରେ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୟ କୁମାର ଦାଶ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ନୀଳକଣ୍ଠ ମିଶ୍ର ଏବଂ ଉପ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ମହାପାତ୍ର ଏବଂ ଗରାବଡୁ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସହ ସମସ୍ତ ଗରାବଡୁ ସେବକ ମାନେ ଉପସ୍ଥିତ ରହି କରୋନା ଭୂତାଣୁ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ସଚେତନ କରାଇଥିଲେ । ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକ ମାନଙ୍କର ଥର୍ମାଲ ସ୍କି୍ରନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ଥିବା ଜଣାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook