Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଃ ଥୁ... ଲଜ୍ଜା : ଚଳନ୍ତା ଟ୍ରେନରେ ରାତିସାରା ନାବାଳିକାକୁ ଅସଦାଚରଣ

    Share on :
    ajab-Image
    Date: Dec 1, 2020    Views: 5280

    ଭୁବନେଶ୍ୱର : ଟ୍ରେନ ଚାଲିଛି  । ହେଲେ ରାତିସାରା ନାବାଳିକାକୁ ଅସଦାଚରଣର ଶିକାର ହେବାକୁ ପଡ଼ିଛି । ରାତିରେ ସମସ୍ତେ ଶୋଇଥିବାବେଳେ ନାବାଳିକା ପ୍ରତି ଜଣେ ଯୁବକ ଅସଦାଚରଣ କରିଥିଲେ । ଏହା ଜାଣିବା ପରେ ଯାତ୍ରୀମାନେ ଯୁବକକୁ ନିସ୍ତୁକ ପିଟିବା ସହ ପୁଲିସରେ ଜିମା ଦେଇଛନ୍ତି  । ଯୁବକ ଜଣଙ୍କ ଏବେ ଜେଲରେ ଥିବା ଜାଣିବାକୁ ମିଳିଛି ।

    ଘଟଣାଟି ଏମିତି ଗତ ୨୮ ତାରିଖରେ ସମ୍ରାଟ ଶେଖ ନାମକ ଜଣେ ଯୁବକ ମୁମ୍ବାଇରୁ ହାୱଡ଼ା ଫେରୁଥିଲେ  । ତାଙ୍କ ସିଟ ନିକଟରେ ରାଂଚିର ଏକ ପରିବାରର ସିଟ ବି ରହିଥିଲା  । ରାତିରେ ଖାଇ ସାରିବା ପରେ ପରିବାର ଲୋକ ଶୋଇପଡ଼ିଥିଲେ  । କିନ୍ତୁ ଏହି ସମୟରେ ସମ୍ରାଟ ଅସଦାଚରଣ ଆରମ୍ଭ କରିଦେଇଥିଲା  । ଥରେ କି ଦିଥର ନୁହେଁ ରାତି ସାରା ଅସଦାଚରଣ କରିଥିଲା । ଏପରିକି ନାବାଳିକା ଜଣକ ଶୌଚାଳୟକୁ ଯାଇଥିଲେବି ଅଭିଯୁକ୍ତ ଜଣଙ୍କ ପିଛା କରିଥିଲା  । ଫଳରେ ନାବାଳିକା ଜଣଙ୍କ ଚିକôାର କରିଥିଲେ । ଚିକôାର ଶୁଣି ବଗିରେ ଥିବା ଅନ୍ୟମାନେ ଯୁବକକୁ ନିସ୍ତୁକ ପିଟିବା ସହ ଆରପିଏଫକୁ ହସ୍ତାନ୍ତର କରିଥିଲେ । ରାଉରକେଲା ରେଳବାଇ ପୁଲିସ ମାମଲା ରୁଜୁ କରି ଯୁବକକୁ ଜେଲ ପଠାଇ ଦେଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook