Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ !

    Share on :
    ajab-Image
    Date: Nov 7, 2019    Views: 638

    ଖୋର୍ଦ୍ଧା : ରାଜଧାନୀରୁ ଭଡ଼ା କର୍ରେ ଆସୁଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ସନେ୍ଦହ କରାଯାଉଛି । ଖୋର୍ଦ୍ଧା ଉପକଣ୍ଠ ଜେମାଦେଈ ଛକ ନିକଟ ଶ୍ମଶାନ କଡ଼ରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କ ସହ ବହୁତ କିଛି ଘଟିଛି ଏବଂ ସେ ବଞ୍ଚିବାକୁ ଚାହାନ୍ତି ନାହିଁ ବୋଲି କାନ୍ଦି କାନ୍ଦି କହିଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଖୋର୍ଦ୍ଧା ଏସ୍ପି ହସ୍ପିଟାଲକୁ ଆସି ଯୁବତୀଙ୍କୁ ପଚରାଉଚରା କରିଛନ୍ତି । ତେବେ ତାଙ୍କ ସହ କ'ଣ ଘଟିଛି ତାହା ରହସ୍ୟ ହୋଇ ରହିଛି । ଯୁବତୀଙ୍କ ମାନସିକ ଅବସ୍ଥା ସଂପୂର୍ଣ୍ଣ ସ୍ୱାଭାବିକ ହୋଇ ନ ଥିବା ବେଳେ ପୁଲିସ ଏବେ ଏ ନେଇ କିଛି ପ୍ରକାଶ କରୁ ନାହିଁ ।

    ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଜେମାଦେଈପୁରର କିଛି ଯୁବକ ଗ୍ରାମ ରାସ୍ତା ନିକଟସ୍ଥ ଶ୍ମଶାନ କଡ଼ରେ ଜଣେ ଯୁବତୀ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ତାଙ୍କର ଶରୀର କ୍ଷତାକ୍ତ ହୋଇଥିବା ଓ ପିନ୍ଧା ପୋଷାକ ଏବଂ ଅନ୍ତଃବସ୍ତ୍ର ଚିରି ଯାଇଥିଲା । ଯୁବତୀଙ୍କ ଚେତା ଫେରିବା ପରେ ସେ ଭୁବନେଶ୍ୱରରେ କାମ କରୁଥିବା କହିଥିଲେ । ସେ ସବୁଦିନ ପରି ଆଜି ମଧ୍ୟ କାର୍ ଭଡ଼ା କରି ଖୋର୍ଦ୍ଧା ଫେରୁଥିଲେ । ସେହି କାରରେ ୩ ଜଣ ବସିଥିଲେ । ତେବେ ତାଙ୍କ ସହ ବହୁତ କିଛି ହୋଇଛି ଓ ସେ ଆଉ ବଂଚିବାକୁ ଚାହୁଁନଥିବା କହିଛନ୍ତି । ଅପରପକ୍ଷରେ ସର୍ବଶେଷ ସୂଚନା ଅନୁଯାୟୀ କାର ସହ ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook