Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହିଳାଙ୍କୁ ଦୁଷ୍କର୍ମ

    Share on :
    ajab-Image
    Date: Nov 18, 2020    Views: 4192

    ନିଶ୍ଚିନ୍ତକୋଇଲି: ମଙ୍ଗଳବାର ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ଥିବା ମଧୁବନ ଗ୍ରାମରୁ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ମହିଳାଙ୍କୁ ଗଣବଳାକ୍ରାର କରିବା ପରେ ଦୁର୍ବୃତ୍ତମାନେ ରାସ୍ତା କଡ଼ରେ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ପୀଡ଼ିତା ନିଶ୍ଚିନ୍ତ କୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ବିଳମ୍ବିତ ରାତି୍ରଯାଏ ତାଙ୍କ ଚେତା ଫେରିନାହିଁ । ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ମହିଳାଙ୍କ ବାପଘର ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ । ସେ ଜଗତସିଂହପୁରରେ ବିବାହ କରିଥିଲେ । ତେବେ କୌଣସି କାରଣରୁ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିଲେ । ରୋଜଗାର ପାଇଁ କଟକରେ ଥିବା ଏକ ଆୟୁର୍ବେଦ ଦୋକାନରେ ସେ କାମ କରୁଥିଲେ ଓ ନୂଆବଜାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook