Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗଣଦୁଷ୍କର୍ମର ଶିକାର ନାବାଳିକାର ଲୋମଟାଙ୍କୁରା ବୟାନ, ଜାଣନ୍ତୁ କ’ଣ

    Share on :
    ajab-Image
    Date: Sep 12, 2020    Views: 7838

    ଭୁବନେଶ୍ୱର:  ପୁଲିସ ନିକଟରେ ଲୋମଟାଙ୍କୁରା ବୟାନ ଦେଇଛି ଲକଡାଉନରେ ଗଣଦୁଷ୍କର୍ମର ଶିକାର ହୋଇଥିବା ରାଜଧାନୀର ନାବାଳିକା । ଗତ ଅଗଷ୍ଟ ୩୧ ତାରିଖ ରେ ନାବାଳିକାର ବୟାନ ରେକର୍ଡ ହୋଇଥିଲେ ହେଁ ଏହା ପଦାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି । 

    ନାବାଳଳିକାର ବୟାନ ଅନୁଯାୟୀ ମୋ ମା ଅଫିସ ଯିବା ବେଳେ ମୋତେ ବାହାରପଟୁ ତାଲା ବନ୍ଦ କରି ଘର ପାଖରେ ଥିବା ନଣ୍ଡା ମାମା ଘରେ ଚାବି ଦେଇ ଯାଆନ୍ତି । ଦିନେ ନଣ୍ଡାମାମା ଆସି ଚାବି ଖୋଲି ଡାକିଲେ । ନ ଯିବାରୁ ମୋତେ ଜବରଦସ୍ତ ନେଇ ବୁଢ଼ୀ ଘରେ ଛାଡ଼ି ଦେଲେ । ବୁଢ଼ୀ ଭିତରପଟୁ କବାଟ ବନ୍ଦ କରିଦେଲା । ସେ ଘରେ ୪ ଜଣ ଲୋକ ଥିଲେ । ସେମାନେ ମୋତେ ଘେରିଗଲେ । ତା’ପରେ ଜଣ ଜଣ କରି ୪ ଜଣ ଯାକ ମୋତେ ଦୁଷ୍କର୍ମ କଲେ । ବୁଢ଼ୀ ଦୁଷ୍କର୍ମର ଭିଡିଓ ରେକର୍ଡି କରିଛି । ତା ପରଦିନ ରାଉରକେଲାରୁ ୩ ଜଣ ପୁଲିସ ଷ୍ଟାଫ ଆସିଥିଲେ । ସେମାନେ ବି ମୋ ସହ ଖରାପ କାମ କଲେ । ବୁଢ଼ୀ ମୋତେ ଧମକେଇଲା, ମାମାଙ୍କୁ ନ କହିବା ପାଇଁ । ଏମିତି ୧୫ ଦିନ ମୋ ସହ ଅତ୍ୟାଚାର ଚାଲିଲା ।

    ବୟାନ ରେକର୍ଡ ପରେ ପୁଲିସ ନାବାଳିକାଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲା । ତୁମେ ଯୋଉ ବୁଢ଼ୀ କଥା କହୁଛ, ସେ ବୁଢ଼ୀ କିଏ? ନାବାଳିକା କହିଥିଲା, ପ୍ରଫୁଲ୍ଲା ପାତ୍ର । ରାଉରକେଲାରୁ ପୁଲିସ ଆସିଥିଲେ ବୋଲି ତୁମେ କେମିତି ଜାଣିଲ? ସେମାନେ ପୁଲିସ ପୋଷାକରେ ଆସିଥିଲେ, ବୁଢ଼ି ଆଗରୁ କହିଥିଲା ରାଉରକେଲାରୁ ଆସିଛନ୍ତି ବୋଲି । ସେମାନଙ୍କ ନେମପ୍ଲେଟରେ ଲେଖା ହୋଇଥିଲା ବେଳେି ପୀଡ଼ିତା ଉତ୍ତର ଦେଇଥିଲା । ଅନ୍ୟ ପକ୍ଷରେ ଏହି ମାମଲାରେ ସମ୍ପୃକ୍ତ ଟିଭି ଚ୍ୟାନେଲ ଏମଡିଙ୍କ ସହ ପୀଡ଼ିତାଙ୍କ ମା’ଟେଲିଫୋନ ବର୍ତ୍ତାଳାପକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୀଡ଼ିତାଙ୍କ ମା’ମହିଳା କମିସନଙ୍କ ନିକଟରେ ଏହି ଅଡିଓ ଦାଖଲ କରିଛନ୍ତି । ଅଡିଓ ବାର୍ତ୍ତାଳାପରେ ଝିଅକୁ ସଂସ୍ଥାର କେତେକ କର୍ମଚାରୀ ଗଣଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ମା’ କାନ୍ଦିକାନ୍ଦିି କହୁଛନ୍ତି । ପୁରା କାହାଣୀ ବର୍ଣ୍ଣନା କରିବା ସହ କିଛି ଦୁର୍ବୃତ୍ତ ଧମକ ଚମକ ଦେବା ପରେ ସେମାନେ ଗାଁକୁ ପଳାଇଥିଲେ ବୋଲି ସେ କହୁଛନ୍ତି । ତେବେ ଘଟଣା ସମ୍ପର୍କରେ ଅଫିସକୁ ଆସି ଆଲୋଚନା କରିବା ଲାଗି ଏମଡି ପରାମର୍ଶ ଦେଇଥିଲେ । ଏହି ଆଳରେ ସେ ଘଟଣାକୁ ଚପାଇ ଦେଇଥିଲେ ବୋଲି ପୀଡ଼ିତାଙ୍କ ମା’ଗତକାଲି ମହିଳା କମିସନ ଅଧ୍ୟକ୍ଷାଙ୍କୁ ତାଙ୍କ ବାସ ଭବନରେ ଭେଟି ଅଭିଯୋଗ କରିଛନ୍ତି ।  ଏହା ସହ ଉକ୍ତ ଅଡ଼ିଓ ଦାଖଲ କରିଥିଲେ । ଗତ ସୋମବାର ଶିଶୁ ଅଧିକାର ସୁରକ୍ଷା କମିସନ ଅଧ୍ୟକ୍ଷାଙ୍କୁ ଭେଟି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଏହି ମାମଲାରେ ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବା ପାଇଁ ଡିସିପିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ମହିଳା କମିସନ । ସେହିପରି ୪୮ ଘଣ୍ଟା ଭିତରେ ଜବାବ ଦାଖଲ ପାଇଁ ସମ୍ପୃକ୍ତ ଟିଭି ଚ୍ୟାନେଲ ଏମଡି ଓ ପୁଲିସକୁ ନୋଟିସ ଜାରି କରିଛନ୍ତି ଶିଶୁ ଅଧିକାର ସୁରକ୍ଷା କମିସନ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook