Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଏବେ ପିସିସି ସଭାପତି ବଦଳିବେ ନାହିଁ : ରଂଜୀବ

    Share on :
    ajab-Image
    Date: Jul 15, 2020    Views: 4629

    ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ସଭାପତି ବଦଳିବେ କି  ? ଏଭଳି ଚର୍ଚ୍ଚା କଂଗ୍ରେସ ଅଳିନ୍ଦରେ ଜୋର ଧରିଛି  । କେତେକ ବରିଷ୍ଠ କଂଗ୍ରେସ ନେତା ପିସିସି ବଦଳିବାର ଆବଶ୍ୟକତା ସମ୍ପର୍କରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ମଧ୍ୟ ସୂଚାଇ ଦେଇଛନ୍ତି । ତେବେ ସମ୍ପ୍ରତି ପିସିସି ସଭାପତି ବଦଳିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ରଂଜୀବ ବିଶ୍ୱାଳ  ।

    ଶ୍ରୀ ବିଶ୍ୱାଳ କହିଛନ୍ତିଯେ, ଗୁଜୁରାଟରେ ପିସିସି ବଦଳିବା ପରେ ଓଡ଼ିଶାରେ ବଦଳିବ ବୋଲି ଚର୍ଚ୍ଚା ହେଉଛି  । କିନ୍ତୁ ତାଙ୍କ ପାଖରେ ଯାହା ଖବର ଅଛି, ଏବେ ପିସିସି ବଦଳିବାର ସମ୍ଭାବନା ନାହିଁ । ସେହିପରି ସେ ମଧ୍ୟ ପିସିସି ସଭାପତି ଦୌଡ଼ରେ ନାହାନ୍ତି ବୋଲି ରଂଜୀବ ସ୍ପଷ୍ଟ କରିଛନ୍ତି ।

    ସୂଚନାଯୋଗ୍ୟଯେ, ନିକଟରେ ପିସିସି ସଭାପତି ବଦଳିବେ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଥିଲେ । ସେ କହିଥିଲେ ଯେ, ପିସିସି ସଭାପତି ଦୌଡ଼ରେ ଥିବା ୧୩ ଜଣଙ୍କ ମଧ୍ୟରୁ ଶରତ ପଟ୍ଟନାୟକ, ଶରତ ରାଉତ ଓ ପ୍ରସାଦ ହରିଚନ୍ଦନ  ପ୍ରମୁଖ ଦାବିଦାର ଅଛନ୍ତି ।  ଏହାଛଡ଼ା ଚିରଞ୍ଜୀବୀ ବିଶ୍ୱାଳ ଓ ଜୟଦେବ ଜେନା ମଧ୍ୟ ରେସରେ ଅଛନ୍ତି ବୋଲି ସେ କହିଛନ୍ତି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦେଶବ୍ୟାପୀ ପିସିସି ପରିବର୍ତ୍ତନ ନେଇ ବିଚାର କରୁଛନ୍ତି ।  ଯୁବଗୋଷ୍ଠୀଙ୍କୁ ଦାୟିତ୍ୱ ଦେବା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ସୁର ରାଉତରାୟ କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook