Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ରଣବୀରଙ୍କ ନୂଆ ଚେହେରା

    Share on :
    ajab-Image
    Date: Nov 1, 2019    Views: 14

    ଅଭିନେତା ରଣବୀର ସିଂଙ୍କ ଆଗାମୀ ଚଳଚ୍ଚିତ୍ର ‘ତଖ୍ତ’ ର କାମ ଅଧାଅଧି ଶେଷ ହୋଇଥିବା ବେଳେ ଅନ୍ୟ ଏକ ଚଳଚ୍ଚିତ୍ର ‘ଜୟେଶ ଭାଇ ଜୋରଦାର’ର କାମ ଆରମ୍ଭ ହେବାକୁ ଯାଉଛି । ଏଥିରେ ସେ ଜଣେ ଗୁଜୁରାଟୀ ଯୁବକ ଭୂମିକାରେ ଦେଖାଦେବେ । ଇନଷ୍ଟାଗ୍ରାମ ଆକାଉଣ୍ଟରେ ରଣବୀର  ଏହି ଚରିତ୍ରର ପ୍ରଥମ ଲୁକ ଶେୟାର କରିଛନ୍ତି । ଏହାର ପ୍ରସ୍ତୁତି ମଧ୍ୟ ସେ ଆରମ୍ଭ କରିସାରିଛନ୍ତି । ଆଜିକାଲି ରଣବୀର ଅଧିକାଂଶ ସମୟ ନିଜ ଗୁଜୁରାଟୀ ବନ୍ଧୁଙ୍କ ସହ ଅତିବାହିତ କରୁଛନ୍ତି । ସେମାନଙ୍କ କଥା କହିବାର ଶୈଳୀ, ଖାଇବା, ପିଇବା ଇତ୍ୟାଦିକୁ ଭଲଭାବେ ସେ ନିରୀକ୍ଷଣ କରୁଥିବାର ଏକ ସାକ୍ଷାତକାରରେ କହିଛନ୍ତି । ଏହାର ସୁଟିଂ ଜାନୁଆରୀ ପରେ ଆରମ୍ଭ ହେବାର ଯୋଜନା ରହିଛି । ନଭେମ୍ବର ଦ୍ୱିତୀୟ ସପ୍ତାହରୁ ସେ ପତ୍ନୀ ଦୀପିକାଙ୍କ ସହ ଲମ୍ବା ଛୁଟିରେ ଯିବେ । ନଭେମ୍ବର ୧୪ରେ ଦୁହେଁ ପ୍ରଥମ ବିବାହ ବାର୍ଷିକ ପାଳନ କରିବାକୁ ଯାଉଛନ୍ତି । ଯଦିଓ ନିଜ ଗନ୍ତବ୍ୟସ୍ଥଳକୁ ରଣବୀର ଉନ୍ମୋଚନ କରିନାହାନ୍ତି କିନ୍ତୁ ସେମାନେ ସୁଇଜର ଲ୍ୟାଣ୍ଡ ଯିବାର ଯୋଜନା ଥିବାର ଶୁଣାଯାଉଛି ।

    Maximum 500 characters

    କଳା View all

    Find Us on Facebook