ମୁଖ୍ୟ ଖବର
ସାଉଥ ଲୋକପ୍ରିୟ ଅଭିନେତା ତଥା ବାହୁବଲି ଫେମ ରାଣା ଡଗୁବତି ପତ୍ନୀ ମିହିକାଙ୍କ ସହ ମସ୍ତି କରୁଥିବା କିଛି ସୁନେଲୀ ମୁହୂର୍ତ୍ତ ସୋଶିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସୋଶିଆଲ ଆକାଉଣ୍ଟରେ ମିହିକା ବଜାଜ ରାଣାଙ୍କ ସହ ସନବାଥ ନେଉଥିବା ହଟି କଷ୍ଟୁ୍ୟମର ଫଟୋ ସେୟାର କରିଥିଲେ । ଫଟୋରେ ଉଭୟ ହନିମୁନର ମଜାନେବାକୁ କେଉଁଠିକି ବୁଲିବାକୁ ଯାଇଥିବା ଆଶା କରାଯାଉଛି । ନେହାଙ୍କ ଟକଶୋ’ରେ ରାଣା ହନିମୁନକୁ ନେଇ ଏକ ଚମକ୍ରାର ଟିପ୍ପଣୀ ରଖିଥିଲେ । ସେ କହିଥିଲେ ଯଦି ଦେଶରେ ଲକଡାଉନ ରହିନଥାନ୍ତା ବର୍ତ୍ତମାନ ସେ ଅମଷ୍ଟ୍ରେରଡାମ ଠାରେ ରହିଥାନ୍ତେ । ଏହାପରେ ରାଣାଙ୍କ ଫ୍ୟାନଙ୍କ ଲାଇକ ଓ କମେଣ୍ଟର ସୁଅ ଛୁଟିଥିଲା । କରୋନା କଟକଣା ନିୟମକୁ ମାନିକରି ଚଳିତ ଅଗଷ୍ଟ ୧୦ରେ ବିବାହ ବନ୍ଧନରେ ବାନ୍ଧିହୋଇଥିବା ଏହି ଯୋଡିଙ୍କ ବିବାହ ଉତ୍ସବରେ ମୋଟ ୩୦ଜଣ ସାମିଲ ହୋଇପାରିଥିଲେ । ସାମାଜିକତା ଦୂରତା ସହ ବିବାହ ଆୟୋଜନଟି ବେଶ ଆକର୍ଷଣୀୟ ରହିଥିଲା ।
Comments ସମସ୍ତ ମତାମତ