ମୁଖ୍ୟ ଖବର
ନୂଆଦିଲ୍ଲୀ: କରୋନା ସଂକଟ ଯୋଗୁଁ ପ୍ରଚଳିତ ଅନେକ ପରମ୍ପରା ଭାଙ୍ଗିବାରେ ଲାଗିଛି । ନୂଆ ପରମ୍ପରା ଆରମ୍ଭ କରାଯାଇଛି । ରାଷ୍ଟ୍ରପତି ଭବନ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ରାଷ୍ଟ୍ରପତି ଭବନରେ ଗୁରୁବାର ଏଭଳି ଏକ ଘଟଣା ଘଟିଛି, ଯାହା ୭୦ ବର୍ଷର ଇତିହାସରେ ଆଦୌ ଘଟିନଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ୭ଟି ଦେଶର ରାଷ୍ଟ୍ରଦୂତ / ଉଚ୍ଚାୟୁକ୍ତଙ୍କ ପରିଚୟପତ୍ର ଭିଡିଓ କନଫରେନ୍ସିଂ ବା ଡିଜିଟାଲ ଜରିଆରେ ଗ୍ରହଣ କରିଛନ୍ତି । କୋଭିଡ-୧୯ ଯୋଗୁଁ ଜାରି ରହିଥିବା ଲକଡାଉନ କାରଣରୁ ଏଭଳି ପଦକ୍ଷେପ ନେବାକୁ ରାଷ୍ଟ୍ରପତି ବାଧ୍ୟ ହୋଇଛି । ମିଳିଥିବା ଖବର ମୁତାବକ କୋରିଆ, ସେନେଗଲ, ତି୍ରନିଦାଦ ଓ ଟବାଗୋ, ମରିସସ, ଅଷ୍ଟ୍ରେଲିଆ, ଆଇଭରି କୋଷ୍ଟ ଏବଂ ର୍ୱାଣ୍ଡାର ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତ ଡିଜିଟାଲ ଲିଙ୍କ ମାଧ୍ୟମରେ ସେମାନଙ୍କ ପ୍ରମାଣପତ୍ର ଦାଖଲ କରିଛନ୍ତି । ଏହାକୁ ଯାଞ୍ଚ ପରେ ରାଷ୍ଟ୍ରପତି କୋବିନ୍ଦ ସ୍ୱୀକାର କରିଛନ୍ତି । ଏହି ନୂଆ ପରମ୍ପରାକୁ ରାଷ୍ଟ୍ରପତି ସ୍ୱତନ୍ତ୍ର ବୋଲି କହିଛନ୍ତି । ସେ କହିଛନ୍ତି, ନୂଆଦିଲ୍ଲୀରେ ରାଷ୍ଟ୍ରଦୂତମାନଙ୍କ ସହ ଭାରତର ସମ୍ପର୍କ ଆଜି ଏକ ବିଶେଷ ଦିନ ।
Comments ସମସ୍ତ ମତାମତ