Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ଦେଶ ବିଦେଶ

ମୁଖ୍ୟ ଖବର

    ରାମ ମନ୍ଦିର ଭୂମି ପୂଜନରେ ମୋଦି ରଖିବେ ୨୨.୬ କେଜିର ଚାନ୍ଦି ଇଟା

    Share on :
    ajab-Image
    Date: Jul 29, 2020    Views: 4309

    ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ଶ୍ରୀରାମ ମନ୍ଦିର ପାଇଁ ‘ଭୂମି ପୂଜନ’ ତାରିଖ ପାଖେଇ ଆସୁଛି । ଏଥିପାଇଁ ଅଯୋଧ୍ୟା ଚଳଚଞ୍ଚଳ ହୋଇଉଠିଛି । କରୋନା କାଳରେ ବି ଜନତାଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ମନ୍ଦିର ନିର୍ମାଣ ପାଇଁ ଦେଶବ୍ୟାପୀ ସହଯୋଗ କାର୍ଯ୍ୟକଳାପ ତ୍ୱରାନ୍ୱିତ ହେବାରେ ଲାଗିଛି । ଭୂମି ପୂଜନ ପାଇଁ ପବିତ୍ର ନଦୀଗୁଡ଼ିକରୁ ଜଳ ଏବଂ ତୀର୍ଥ ସ୍ଥଳ ଗୁଡ଼ିକରୁ ପବିତ୍ର ମାଟି ପ୍ରେରଣ ପ୍ରକି୍ରୟା ଜାରି ରହିଛି । ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରି ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ । ମନ୍ଦିର ମୂଳଦୁଆ ତଳେ ପ୍ରଧାନମନ୍ତ୍ରୀ ମୋଦି ୨୨.୬ କିଲୋଗ୍ରାମ ଓଜନର ଏକ ଚାନ୍ଦି ଇଟା ରଖିବେ ବୋଲି ଜଣାପଡ଼ିଛି । ଏହି ଇଟାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି । ଏହି ଇଟାର ଦାମ ପାଖାପାଖି ୧୫ ଲକ୍ଷ ୫୯ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଅନ୍ୟ ପକ୍ଷରେ ଶ୍ରୀରାମ ମନ୍ଦିର ନିର୍ମାଣ ସ୍ଥଳୀର ୨,୦୦୦ ଫୁଟ ତଳେ ଟାଇମ କ୍ୟାପସୁଲ ରଖାଯିବ ବୋଲି ଯେଉଁ ଆଲୋଚନା ହେଉଥିଲା, ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ତାହାକୁ ଖଣ୍ଡନ କରାଯାଇଛି । ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ସ୍ପଷ୍ଟ କରି କହିଛନ୍ତି, ରାମ ମନ୍ଦିର ନିର୍ମାଣ ସ୍ଥଳରେ ଜମି ତଳେ ଟାଇମ କ୍ୟାପସୁଲ ରଖାଯିବା ଖବର ଭୁଲ । ଏହା ଏକ ଗୁଜବ ଛଡ଼ା କିଛି ନୁହେଁ । ଉଲ୍ଲେଖଯୋଗ୍ୟ, ମନ୍ଦିର ସମ୍ପର୍କରେ ଇତିହାସକାରଙ୍କୁ ଜଣାଇବା ପାଇଁ ଏହି କ୍ୟାପସୁଲ ରଖାଯିବ ବୋଲି କୁହାଯାଇଥିଲା । ଆଉ ଏକ ସୂତ୍ରରୁ ମିଳିଥିବା ଖବର ମୁତାବକ ଅଗଷ୍ଟ ୫ରେ ଭୂମି ପୂଜନ ଦିନ ଭଗବାନ ରାମ, ତାଙ୍କ ଭାଇ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ରତ୍ନ ଖଚିତ ପୋଷାକ ପରିଧାନ କରିବେ । ରାମଦଲ ସେବା ଟ୍ରଷ୍ଟ ଅଧ୍ୟକ୍ଷ ପଣ୍ଡିତ କଲକୀ ରାମ କହିଛନ୍ତି, ଭଗବାନଙ୍କ ମୂର୍ତ୍ତିଗୁଡ଼ିକୁ ଏହିଭଳି ପୋଷାକ ପିନ୍ଧାଯିବ । ଏହି ପୋଷାକରେ ୯ ପ୍ରକାରର ରତ୍ନ ଖଚିତ କରାଯିବ । ଭଗବାନଙ୍କ ପାଇଁ ବସ୍ତ୍ର ପ୍ରସ୍ତୁତି କାମ କରୁଥିବା ଭଗୱତ ପ୍ରସାଦ କହିଛନ୍ତି, ଭଗବାନ ରାମ ସବୁଜ ରଙ୍ଗର ପୋଷାକ ପରିଧାନ କରିବେ । ଭୂମି ପୂଜନ କାର୍ଯ୍ୟକ୍ରମରେ ପୂରା ଦେଶକୁ ଯୋଡ଼ିବା ପାଇଁ ସବୁ ରାଜ୍ୟର ମଠ ମନ୍ଦିରରୁ ମାଟି ଓ ନଦୀର ଜଳ ସଂଗ୍ରହ କରାଯାଉଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook