Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆରମ୍ଭ ହେଲା ରାମଲୀଳା

    Share on :
    ajab-Image
    Date: Oct 18, 2020    Views: 3303

    ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରତିବନ୍ଧକ ମଧ୍ୟରେ ଅଯୋଧ୍ୟାର ଲକ୍ଷ୍ମଣ କିଲାଠାରେ ରାମଲୀଳା ଆରମ୍ଭ ହୋଇଛି। ଗତ ସନ୍ଧ୍ୟାରୁ ଦୂରଦର୍ଶନ ଏହାର ସିଧା ପ୍ରସାରଣ କରୁଛି। ପ୍ରଥମ ଥର ପାଇଁ ସିଧା ପ୍ରସାରଣ କରାଯାଉଥିବା କାର୍ୟ୍ୟକ୍ରମ ଅକ୍ଟୋବର ୨୫ ତାରିଖ ଦଶହରା ପର୍ୟ୍ୟନ୍ତ ନଅ ଦିନ ଯାଏଁ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟାରୁ ଉପଲବ୍ଧ ହେବ। ନଅ ଦିନିଆ ରାମଲୀଳା ଦେଶର ବିଭିନ୍ନ ଭାଷାରେ ସିଧା ପ୍ରସାରଣ ହେବ। ଉତ୍ତରପ୍ରଦେଶ ସଂସ୍କୃତି ମନ୍ତ୍ରୀ ନୀଳକଣ୍ଠ ତିୱାରୀ ଦୀପ ପ୍ରଜ୍ୱଳନ କରି ଏହି ୯ ଦିନିଆ କାର୍ୟ୍ୟକ୍ରମକୁ ଉଦଘାଟନ କରିଛନ୍ତି। ରାମଲୀଳାର ପ୍ରଥମ ଦୃଶ୍ୟ ବିଭିନ୍ନ ଗୀତ ଏବଂ ଭଜନ ଉପରେ ବଲିଉଡ ନୃତ୍ୟ ଶୈଳୀରେ ଭଗବାନ ଗଣେଶଙ୍କ ପୂଜା ସହିତ ଆରମ୍ଭ ହୋଇଥିଲା। କରୋନା ମହାମାରୀ ପ୍ରତିବନ୍ଧକ ମଧ୍ୟରେ ରାମଲୀଳା ଦର୍ଶକଙ୍କ ବିନା ପ୍ରଦର୍ଶନ କରାଯିବ କିନ୍ତୁ ସାମାଜିକ ଗଣମାଧ୍ୟମ ଏବଂ ୟୁଟ୍ୟୁବରେ ସିଧା ପ୍ରସାରଣ କରାଯିବ। ଅନେକ ବଲିଉଡ ତାରକା ଏହି ରାମଲୀଳାରେ ଭିନ୍ନ ଭିନ୍ନ ଭୂମିକା ଗ୍ରହଣ କରିବେ। ବିଜେପି ସାଂସଦ ତଥା ଭୋଜପୁରୀ ତାରକା ମନୋଜ ତିୱାରୀ ଅଙ୍ଗଦ, ଗୋରଖପୁର ସାଂସଦ ଏବଂ ଭୋଜପୁରୀ ଅଭିନେତା ରବି କିଶନ ଭରତ ଏବଂ ବିନ୍ଦୁ ଦାରା ସିଂ ଟିଭି ଧାରାବାହିକ ରାମାୟଣରେ ଅଭିନୟ କରିଥିବା ପ୍ରଭୁ ହନୁମାନଙ୍କ ଭୂମିକାରେ ଅଭିନୟ କରିବେ। ଏଥିରେ ବଲିଉଡ ତାରକା ରାଜା ମୁରାଦ ଏବଂ ଶାହାବାଜ ଖାନ ମଧ୍ୟ ବିଭିନ୍ନ ଭୂମିକାରେ ଅଭିନୟ କରିବେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook