ମୁଖ୍ୟ ଖବର
ଜଗତସିଂହପୁର : ବିଜେପି ଛାଡ଼ିଥିବା ରମାକାନ୍ତ ଭୋଇ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳର ତୁଙ୍ଗ ନେତୃବୃନ୍ଦଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ରମାକାନ୍ତ ବିଜେଡିରେ ସାମିଲ ହେବା ସମୟରେ ରାଜ୍ୟ ଜଳସମ୍ପଦ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଜିଲ୍ଲା ବିଜେଡି ସଭାପତି ତଥା ବିଧାୟ ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ସାଂସଦ ରାଜଶ୍ରୀ ମଲ୍ଲିକ, ନିକଟରେ ଦଳରେ ଯୋଗ ଦେଇଥିବା କୃଷ୍ଣଚନ୍ଦ୍ର ମଲ୍ଲିକ, ବିଜେଡି ନେତା ଗଙ୍ଗାଧର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଦୁଇ ଦୁଇ ଥର ତିର୍ତ୍ତୋଲରୁ ବିଜେପି ଟିକଟରେ ନିର୍ବାଚନ ଲଢ଼ିଥିବା ରମାକାନ୍ତଙ୍କ ଯୋଗଦାନ ବିଜେଡି ପାଇଁ ସହାୟକ ହେବେ ବୋଲି ବିଧାୟକ ଶ୍ରୀ ମୁଦୁଲି କହିଛନ୍ତି ।
Comments ସମସ୍ତ ମତାମତ