Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜସ୍ଥାନରେ ହେବନାହିଁ ଆସ୍ଥା ପରୀକ୍ଷା

    Share on :
    ajab-Image
    Date: Jul 26, 2020    Views: 3050

    ଜୟପୁର : ବିଜେପିକୁ ଡରୁଛି କଂଗ୍ରେସ ସରକାର  । ମଧ୍ୟପ୍ରଦେଶ ଭଳି ସରକାର ଭାଙ୍ଗିଯିବା ଆଶଙ୍କାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିଦ ହଜିଯାଇଛି  । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବିଦ୍ରୋହ କରିଥିଲେବି କଂଗ୍ରେସ ସରକାର ଭାଙ୍ଗିବାରେ ସଫଳ ହୋଇପାରିବେ ନାହିଁ  । ବର୍ତମାନ ଗେହଲଟ ସରକାରଙ୍କ ନିକଟରେ ସଂଖ୍ୟା ରହିଛି  । ତେଣୁ ନିଜ ଆଡୁ ଆସ୍ଥା ପରୀକ୍ଷା କରି ସରକାରକୁ ସୁଦୃଢ଼ କରିବା ପାଇଁ ଚାହିଁଥିଲେ ଗେହଲଟ  । କିନ୍ତୁ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ସେ ସୁଯୋଗ ଦେଇନଥିଲେ  । ବିଧାନସଭା ଅଧିବେଶନ ଡାକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିଥିଲେ  । ଫଳରେ କ୍ୟାବିନେଟରେ ନୂଆ ପ୍ରସ୍ତାବ ସହ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ  । ତେବେ ବିଧାନସଭା ଅଧିବେଶନ ହେଲେବି କେବଳ କରୋନା ଓ କେତେକ ବିଲ ସମ୍ପର୍କରେ ହିଁ ଆଲୋଚନା କରାଯିବ  । ଆସ୍ଥା ପରୀକ୍ଷା ହେବନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି ।

    ଅନ୍ୟପକ୍ଷରେ ରାଜସ୍ଥାନ କଂଗ୍ରେସ ପକ୍ଷରୁ ବିଜେପି ବିରୋଧରେ ସରକାର ଭାଙ୍ଗିବା ଷଡ଼ଯନ୍ତ୍ର ଅଭିଯୋଗ ଆଣି ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ବିଜେପି ମଧ୍ୟ ଏବେ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। କଂଗ୍ରେସରେ ଅନ୍ତରୀଣ କଳହ ପାଇଁ ବିଜେପିକୁ ଦାୟୀ କରାଯାଇପାରିବ ନାହିଁ ବୋଲି ବିଜେପି କହିଛି। ରାଜ୍ୟପାଳ ମଧ୍ୟ କଂଗ୍ରେସ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଆଚରଣରେ ଅତ୍ୟନ୍ତ କ୍ଷୁବ୍ଧ ବୋଲି ଏକ ପତ୍ର ମାଧ୍ୟମରେ ଜଣାଇ ଦେଇଛନ୍ତି। ଆଜି ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ, ବିରୋଧୀ ଦଳ ନେତା ଗୁଲାବଚନ୍ଦ କଟାରିଆ, ବିରୋଧୀ ଦଳ ଉପନେତା ରାଜେନ୍ଦ୍ର ରାଠୋର୍‌ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟି ସାଂପ୍ରତିକ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳଙ୍କୁ ଯେଉଁ ଧମକ ଦେଇଛନ୍ତି ତାହା ଏକ ଅପରାଧ ବୋଲି ବିଜେପି ରାଜ୍ୟ ସଭାପତି ପୁନିଆ କହିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook