Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ଦେଶ ବିଦେଶ

ମୁଖ୍ୟ ଖବର

    ରାଜ୍ୟପାଳଙ୍କ ମଞ୍ଜୁରୀ: ଅଗଷ୍ଟ ୧୪ରେ ବିଧାନସଭା ଅଧିବେଶନ

    Share on :
    ajab-Image
    Date: Jul 30, 2020    Views: 4447

    ଜୟପୁର: ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ଡକାଇବା ପାଇଁ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଅଗଷ୍ଟ ୧୪ ରୁ ଅଧିବେଶନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରସ୍ତାବକୁ ରାଜ୍ୟପାଳ ଗ୍ରହଣ କରିଥିବାରୁ ଏକ ବଡ଼ ବିବାଦର ଅବସାନ ହୋଇଛି । ରାଜ୍ୟପାଳ ୩ଟି ସର୍ତ୍ତ ରଖି ବିଧାନସଭା ଅଧିବେଶନ ଡାକିବାକୁ କହିଥିବାରୁ ବିବାଦ ବଢ଼ିଥିଲା । ତେବେ ସରକାର ଏହି ପ୍ରସଙ୍ଗରେ ନରମି ଥିଲେ ଏବଂ ଅଗଷ୍ଟ ୧୪ରେ ଅଧିବେଶନ ଡକାଇବା ପାଇଁ ସଦ୍ୟ ପ୍ରସ୍ତାବ ଦେଇଥିଲେ । ଏ ବାବଦରେ ଆଲୋଚନା ପରେ ରାତିରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବିଧାନସଭା ଅଧିବେଶନ ଡାକିବାକୁ ଯେଉଁ ୨୧ ଦିନର ନୋଟିସ କଥା ଉଠାଇଥିଲେ ତାହାକୁ ବେଖାତିର କରି ଜୁଲାଇ ୩୧ରେ ହିଁ ବିଧାନସଭା ଅଧିବେଶନ ଡକାଯିବ ବୋଲି ଗେହଲଟ ଜିଦରେ ଅଡି ବସିଥିଲେ ଏବଂ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook