Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କାନ୍ଦିଲେ ରାଜଶ୍ରୀ, କାରଣ ଜାଣିଲେ ହୋଇଯିବେ ଚକିତ

    Share on :
    ajab-Image
    Date: Feb 3, 2021    Views: 3795

    କଟକ: ସଭାମଞ୍ଚରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ଆଖିରେ ଲୁହ । ଉଦଘାଟନ ଫଳକରେ ତାଙ୍କ ନାଁ ତଳେ ଥିବା ଦେଖି ରାଜଶ୍ରୀ ଏଭଳି ଭାବେ ନିଜର ପ୍ରତିକି୍ରୟା ଜଣାଇଛନ୍ତି । ତେବେ, ନିଆଳି ବିଧାୟକ ଡା.ପ୍ରମୋଦ ମଲ୍ଲିକ ଆଗକୁ ଏମିତି ଆଉ କେବେ ହେବନି କହି ତାଙ୍କୁ ବୁଝାସୁଝି କରିଛନ୍ତି । କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣବାଟି ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ଏହି ଦୃଶ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । କଟକ ଜଗତସିଂହପୁର ରାଜନୈତିକ ମହଲରେ ମଧ୍ୟ ଏହା ଆଲୋଚନା ପାଇଁ ଖୋରାକ ଯୋଗାଇଛି । ଜଗତସିଂହପୁର ସଂସଦୀୟ କ୍ଷେତ୍ର ତଥା ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ନିଆଳି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡାକ୍ତର ପ୍ରମୋଦ ମଲ୍ଲିକ, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଏବଂ କଣ୍ଟାପଡ଼ା ବ୍ଲକ ଅଧ୍ୟକ୍ଷା, ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ । ହେଲେ, ଫଳକରେ ପ୍ରଥମେ ମନ୍ତ୍ରୀ ଏବଂ ତାଙ୍କ ପଛକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ନାଁ ରହିଥିଲା । ତାଙ୍କ ତଳକୁ ସମ୍ମାନିତ ଅତିଥିଭାବେ ସାଂସଦଙ୍କ ସମେତ ୪/୫ ଜଣଙ୍କ ନାଁ ଲେଖାଯାଇଥିଲା । ଏହାକୁ ନେଇ ରାଜଶ୍ରୀ ଯଦିଓ ଖୋଲାଖୋଲି ଭାବେ କୌଣସି ମନ୍ତବ୍ୟ ଦେଇ ନଥିଲେ କିନ୍ତୁ ସଭାମଞ୍ଚରେ ଆଖିରୁ ଲୁହ ପୋଛୁଥିବା ଦେଖିବାକୁ ମିଳିଥିଲା । ବିଧାୟକ ଡା.ମଲ୍ଲିକ ତାଙ୍କୁ ବୁଝାଇଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook