Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜନୀତିକୁ ରଜନୀକାନ୍ତଙ୍କ ନା

    Share on :
    ajab-Image
    Date: Dec 30, 2020    Views: 3384

    ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ପ୍ରତ୍ୟକ୍ଷ ରାଜନୀତିକୁ ପ୍ରବେଶ କରିବେନି ବୋଲି ସ୍ପଷ୍ଟ କରିଛନ୍ତି । ନିଜର ସ୍ୱାସ୍ଥ୍ୟଗତ ଗାରଣ ଦର୍ଶାଇ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଏଥିନିମନ୍ତେ ସେ ତାଙ୍କର ପ୍ରଶଂସକ, ଆନୁଗତ୍ୟ ତଥା ତାଙ୍କ ସଂଗଠନ ରଜନୀ ମକ୍କଲ ମନ୍ଦ୍ରମର ସଦସ୍ୟମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ମଙ୍ଗଳବାର ୩ ପୃଷ୍ଠା ବିଶିଷ୍ଟ ବୟାନ ଜାରି କରି ରଜନୀ ଏହି ଘୋଷଣା କରିଛନ୍ତି । ରକ୍ତଚାପରେ ଅସ୍ଥିରତା କାରଣରୁ କିଛି ଦିନ ତଳେ ହାଇଦ୍ରାବାଦର ଆପୋଲ  ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । କିନ୍ତୁ ଆଗକୁ ସେ ବିଶ୍ରାମ ନେବାକୁ ତଥା ଚିନ୍ତାମୁକ୍ତ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏହି କାରଣରୁ ରଜନୀ ସକି୍ରୟ ରାଜନୀତିରେ ସାମିଲ ନ ହୋଇ ଲୋକସେବା ଜାରି ରଖିବେ ବୋଲି ସେ କହିଛନ୍ତି । ବେଶ ଦୁଃଖର ସହ ସେ ତାଙ୍କର ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିବା କହିଛନ୍ତି । ଆସନ୍ତା ୩୧ ରେ ରଜନୀକାନ୍ତ ନିଜର ନୂଆ ରାଜନୈତିକ ଦଳର ଘୋଷଣା କରିବେ ବୋଲି କହିଥିଲେ । ତେବେ ଏହା ପୂର୍ବରୁ ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ସେ ଈଶ୍ୱରଙ୍କ ଚେତାବନୀ ରୂପେ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି । ତାମିଲନାଡୁ ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିବା ବେଳେ ରଜନୀକାନ୍ତଙ୍କ ରାଜନୈତିକ ଏଣ୍ଟି୍ର ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ରଜନୀ ବିଜେପି ସହ ହାତ ମିଶାଇ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ହେଉଥିଲା ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook