ମୁଖ୍ୟ ଖବର
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁଇଦିନ ବର୍ଷିବା ପରେ ଆଜି ଛତିଶଗଡ଼ ମୁହାଁଇଛି। ଏହା ଛତିଶଗଡ଼ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଦୁଇ ଦିନ ସକ୍ରିୟ ରହିବା ପରେ ଉତ୍ତରପ୍ରଦେଶ ଗତି କରିବ। ତେବେ ଓଡ଼ିଶା ଉପରୁ ଲଘୁଚାପର ପ୍ରଭାବ କମିବା ସହିତ ବର୍ଷା ଛାଡ଼ିଯାଇଛି। ଆସନ୍ତା ୪୮ଘଣ୍ଟା ଭିତରେ ରାଜ୍ୟରେ ବଡ଼ ଧରଣର ବର୍ଷାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୫ ଓ ୨୬ରେ ରାଜ୍ୟର କିଛି ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି।
ଗତ ୨୪ଘଣ୍ଟା ଭିତରେ ତାଳଚେରରେ ସର୍ବାଧିକ ୧୦୭ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଭୁବନେଶ୍ୱରରେ ୧୦୦, ଛତ୍ରପୁରରେ ୪୪, ନୟାଗଡ଼ରେ ୪୦, କଟକରେ ୩୬, ବାଲେଶ୍ୱରରେ ୨୩, ପାରାଦ୍ୱୀପରେ ୨୪, ହୀରାକୁଦରେ ୨୫, ବଲାଙ୍ଗୀରରେ ୩୨ ମିମି ବର୍ଷା ହୋଇଛି।
Comments ସମସ୍ତ ମତାମତ