ମୁଖ୍ୟ ଖବର
ନୂଆଦିଲ୍ଲୀ : ସଂସଦୀୟ ଅଧିବେଶନର ଦ୍ୱତୀୟ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭରତ-ଚୀନ ସୀମା ବିବାଦ ସମ୍ପର୍କରେ ଗୃହରେ ମତ ରଖିଥିଲେ । ଏହାକୁ ବିରୋଧ କରି କଂଗ୍ରେସର ସଦସ୍ୟ ମାନେ ଗୃହ ତ୍ୟାଗ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ନିଶାନା ବନେଇଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ରକ୍ଷାମନ୍ତ୍ରୀଙ୍କ ଆଜିର ବୟାନରୁ ଏହା ସ୍ପଷ୍ଟ ହୋଇଛି ଯେ, ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନ୍ଧାରରେ ରଖିଥିଲେ । ଦେଶ ଏବଂ ଦେଶବାସୀ ସର୍ବଦା ଭାରତୀୟ ସେନା ସହିତ ରହିଛନ୍ତି ଏବଂ ରହିବେ । ତେବେ ମୋଦିଜୀ ଆପଣ କେବେ ଚୀନ ବିରୋଧରେ ଛିଡା ହେବେ ଏବଂ ଚୀନ ଅକ୍ତିଆର କରିଥିବା ଭାରତୀୟ ଜମିକୁ କେବେ ଫେରାଇ ଆଣିବେ । ଚୀନ ନାମ ନେବାରେ ଡରିବା ବନ୍ଦ କରନ୍ତୁ ବୋଲି ରାହୁଲ ଟ୍ୱିଟ କରିଥିଲେ । ରାହୁଲଙ୍କ ଏହି ଟ୍ୱିଟ ପରେ ବିଜେପି କିମ୍ବା ପ୍ରଧାନମନ୍ତ୍ରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।
Comments ସମସ୍ତ ମତାମତ