ମୁଖ୍ୟ ଖବର
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣିରେ କଂଗ୍ରେସ ପାଇଁ ଅଦ୍ଭୁତ ସ୍ଥିତି ସୃଷ୍ଟି କରିଛନ୍ତି। ଆମେରିକାର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଏକ ଭର୍ଚୁଆଲ ପୋଗ୍ରାମରେ ସାମିଲ ହୋଇ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ଭାରତର ପୂର୍ବତନ ଆର୍ଥିକ ପରାମର୍ଶଦାତା କୌଶିସ ବସୁଙ୍କ ସହିତ ଆଲୋଚନା କହିଥିଲେ। ଏହି ପୋଗ୍ରାମରେ କଂଗ୍ରେସରେ ସୃଷ୍ଟି ହୋଇଥିବା ଦଳୀୟ ବିବାଦକୁ ନେଇ ରାହୁଲ ଅସନ୍ତୋଷ ପ୍ରକାଶ କରିବା ସହ ନିଜ ମନର ବ୍ୟଥା ଖୋଲି କହିଥିଲେ। ପ୍ରଫେସର କୌସିକ୍ ବସୁଙ୍କ ସହିତ ଆଲୋଚନା କରି ରାହୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଘୋଷିତ ଜରୁରୀକାଳୀନ ପରିସ୍ଥିତିକୁ ଭୁଲ ବୋଲି କହିଥିଲେ।
୧୯୭୫ରେ ଇନ୍ଦିରା ଗାନ୍ଧିଙ୍କ ଦ୍ବାରା ଲଗାଯାଇଥିବା ଏମର୍ଜେନ୍ସି ନେଇ ଯେତେବେଳେ ରାହୁଲଙ୍କୁ ପ୍ରଶ୍ନ ପଚାରା ଯାଇଥିଲା ସେତେବେଳେ ସେ କହିଥିଲେ- ତାହା ଭୁଲ ଥିଲା, କିନ୍ତୁ ସେତେବେଳେ ଯାହା ହୋଇଥିଲା ଓ ଆଜି ଯାହା ହେଉଛି, ସେଥିରେ ଫରକ ରହିଛି। ସେତେବେଳେ ମୋ ଜେଜେମା ମଧ୍ୟ ଏହା ଭୁଲ ଥିଲା ବୋଲି ମାନିଥିଲେ। ନିଜର ଭୁଲ ମାନି ନେବା ସାହାସର କାମ ହୋଇଥାଏ ବୋଲି ରାହୁଲ କହିଛନ୍ତି।
Comments ସମସ୍ତ ମତାମତ