Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋଦୀଙ୍କ ଆର୍ଥିକ ପ୍ୟାକେଜ ନେଇ ଏଭଳି କହିଲେ ରାହୁଲ

    Share on :
    ajab-Image
    Date: May 16, 2020    Views: 3752

    ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ଯୋଗୁଁ  ଧ୍ୱସ୍ତବିଧ୍ୱସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏଥିଲାଗି ସେ ମଙ୍ଗଳବାର  ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ।   ଦେଶବାସୀଙ୍କୁ ଉଦବୋଧନ  ଦେବା  ଅବସରରେ ସେ ଏହି ଘୋଷଣା କରିଥିଲେ ।  ମୋଦୀଙ୍କ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଅଂଶସ୍ୱରୂପ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ପର୍ଯ୍ୟାୟ କ୍ରମେ ୩ଥର ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରିଛନ୍ତି ।   ତେବେ  ମୋଦୀଙ୍କ ଏହି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଖାଲି ସେତିକି ନୁହେଁ ଏହାକୁ ରାହୁଲ ସମାଲୋଚନା ମଧ୍ୟ କରିଛନ୍ତି । 

    ସେ କହିଛନ୍ତି ଯେ, ବର୍ତ୍ତମାନ ଜନସାଧାରଣ ରାସ୍ତାରେ ଭୋକ ଉପାସରେ ଚାଲୁଛନ୍ତି ।  ଏକ ଅନାଗତ, ଆଶଙ୍କିତ ଭବିଷ୍ୟତ ନେଇ ଲୋକ ଏବେ ରାସ୍ତାରେ ।  ଭାରତର ଭବିଷ୍ୟତ ଏବେ ଆଶଙ୍କରେ ରାସ୍ତାରେ ଚାଲୁଛି ।  ବର୍ତ୍ତମାନ ସମୟରେ ସାହୁକାର ହୋଇ ଋଣ ବଣ୍ଟାନଯାଉ ।  ଏବେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଉ ।  ଏହି ଶ୍ରମିକମାନେ ସହର ଗଢିଛନ୍ତି, ଦେଶ ନିର୍ମାଣ କରିଛନ୍ତି ।  ସେମାନେ କେମିତି ବଞ୍ଚିବେ  ସେ ନେଇ ଚିନ୍ତା କରାଯିବା ଦରକାର ବୋଲି ରାହୁଲ ଗାନ୍ଧୀ କହିବା ସହ ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଦେବାକୁ ଦାବି କରିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook