Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ଦେଶ ବିଦେଶ

ମୁଖ୍ୟ ଖବର

    ରାଫେଲକୁ ଭାରତ ପହଞ୍ଚାଇବାରେ ଏହି ବାୟୁସେନା ଅଧିକାରୀଙ୍କ ରହିଛି ବଡ଼ ଭୂମିକା

    Share on :
    ajab-Image
    Date: Jul 29, 2020    Views: 4711

    ନୂଆଦିଲ୍ଲୀ: ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନ ରାଫେଲ ଆଜି ଭାରତ ପହଞ୍ଚିବ । ପ୍ରଥମ ଦଫାରେ ଫ୍ରାନ୍ସରୁ ଆସୁଥିବା ୫ଟି ରାଫେଲ ଅମ୍ବାଲୀ ସ୍ଥିତ ବାୟୁସେନା ଘାଟିରେ ରହିବ । ଏହି ସମଗ୍ର ପ୍ରକି୍ରୟାରେ ଜାମ୍ମୁ କାଶ୍ମୀରର ଏୟାର କମାଣ୍ଡର ହିଲାଲ ଅହମ୍ମଦ ଭାଥେର ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । ଏବେ ଏୟାର କମାଣ୍ଡର ଭାବେ ଅବସ୍ଥାପିତ ହିଲାଲ କ୍ରମାଗତ ଭାବେ ଡାସଲ୍ଟ କମ୍ପାନୀ ସହିତ ଆଲୋଚନା କରି ତାଳମେଳ ରକ୍ଷା କରି ଆସୁଛନ୍ତି । କେବଳ ସେତିକି ନୁହେଁ, କରୋନା ସମୟରେ ଫ୍ରାନ୍ସରୁ ରାଫେଲ ଆସିବାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ହିଲାଲ ଅହମ୍ମଦ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବକ୍ସିୟାବାଦ ଅଞ୍ଚଳର ବାସିନ୍ଦା । ସେ ଶ୍ରୀନଗର ସୈନିକ ସ୍କୁଲରେ ପାଠ ପଢ଼ିଛନ୍ତି । ହିଲାଲ ୧୯୮୮ ରେ ବାୟୁସେନାରେ ଯୋଗ ଦେଇଥଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook