Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଆଂଚଳିକ

ମୁଖ୍ୟ ଖବର

    ଶ୍ରୀରାଧା ପାଦ ଦର୍ଶନ ପାଇଁ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼

    Share on :
    ajab-Image
    Date: Nov 5, 2019    Views: 23

    ଭୁବନେଶ୍ୱର: ଆଜି ପବିତ୍ର ଅଁଳା ନବମୀ । ସାରା ରାଜ୍ୟରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ଜମିଛି । ଅଁଳା ନବମୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପଳ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଛି ।  କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥିରେ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ଆଜି ଦର୍ଶନ କରିବେ ଭକ୍ତ । ପାରମ୍ପାରିକ ଗହଣା, କିରିଟ, ମଥାମଣି, ମୟୂର ବସାଗୁଣା, ନୁଥ, ଖଡ଼ୁ, ପଣସକଣ୍ଟା, ପାଉଁଜି ଓ ଝୁଣ୍ଟିଆ ଆଦି ଶ୍ରୀରାଧାଙ୍କୁ ଲଗାଯାଇଛି । ରାତିରୁ ମନ୍ଦିରର ଦ୍ୱାର ଫିଟାଯାଇ ମଙ୍ଗଳ ଆରତି, ବେଶ ମଇଲମ, ମର୍ଦ୍ଦନ, ଅବକାଶ ପରେ ସାକ୍ଷୀଗୋପାଳଙ୍କୁ ନଟବର ବେଶରେ ଏବଂ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଇଛି । ସେହିପରି ସାରା ରାଜ୍ୟରେ ଥିବା ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ଶ୍ରୀରାଧା ପାଦ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି । ଆଜି ଓଡ଼ିଆ ମହିଳାମାନେ ମନ୍ଦିର ଯାଇ ସେଠାରେ ରାଧାପାଦ ଦର୍ଶନ କରିବା ପରେ ଅଁଳା ଗଛରେ ଶଙ୍ଖା ବାନ୍ଧି ପୂଜା କରିଥାନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook