Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୋଦିଙ୍କୁ ଧମକ ଦେଇଥିବା ପାକ୍ ଗାୟିକା ଅଶ୍ଳୀଳ ଭିଡ଼ିଓ ଲିକ୍ ପରେ କାମ ଛାଡ଼ିଲେ

    Share on :
    ajab-Image
    Date: Nov 6, 2019    Views: 963

    ଇସଲମାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବାର ଧମକ ଦେଇଥିବା ପାକ୍ ଗାୟିକା ରାବି ପିରଜାଦା ଏବେ ବଡ଼ ସମସ୍ୟାରେ ପଡ଼ିଛନ୍ତି । ଗତ ସପ୍ତାହରେ କେହି ତାଙ୍କର କେତେକ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଲିକ୍ କରିଦେଇଥିଲା । ଏହା ପରେ ସେ ମନୋରଞ୍ଜନ ଉଦ୍ୟୋଗରେ ଆଉ କାମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସୋମବାର ଟ୍ୱିଟ କରି ସେ ଏହି ସୂଚନା ଦେଇଛନ୍ତି । ପାକିସ୍ତାନର କିଛି ଲୋକ ଏହାକୁ ନେଇ ତାଙ୍କୁ ସମାଲୋଚନା କରୁଛନ୍ତି ତ ଆଉ କିଛି ତାଙ୍କୁ ସମର୍ଥନ କରୁଛନ୍ତି । ତାଙ୍କୁ ସମର୍ଥନ କରୁଥିବା ଲୋକେ ଅଭିଯୋଗ କରୁଛନ୍ତି କି ଏହି ଘଟଣା ପଛାରେ ପାକ୍ ସେନାର ଜନସମ୍ପର୍କ ବିଭାଗର ମୁଖ୍ୟ ମେଜର ଜେନେରାଲ ଅସିଡ଼ ଗଫ୍ଲରଙ୍କ ହାତ ରହିଛି । ପାକ୍ ସେନା ଦ୍ୱାରା କାଶ୍ମୀର ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ଏକ ଫିଲ୍ମରେ ଆଇଟମ ଗୀତ ରଖାଯିବାକୁ ରାବି ସମାଲୋଚନା କରିଥିଲେ । ତେଣୁ ତାଙ୍କ ମୁହଁ ବନ୍ଦ କରିବାକୁ ପାକ୍ ସେନା ଏପରି ହରକତ କରିଛି । ରାବି କିଛି ଦିନ ତଳେ ଆତ୍ମଘାତୀ ଆତଙ୍କବାଦୀଙ୍କ ପରି ବେଶ ଧାରଣ କରି ଏହାର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ ଏବଂ ମୋଦିଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଧମକ ଦେଇଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook