Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୪ ବର୍ଷ ପାଇଁ ରବିକୁମାର ବାସନ୍ଦ

    Share on :
    ajab-Image
    Date: Nov 5, 2019    Views: 565

    ଭୁବନେଶ୍ୱର: ଅନ୍ତର୍ଜାତୀୟ ଓଡିଆ ଭାରୋତ୍ତଳକ କେ ରବିକୁମାର ୪ ବର୍ଷ ପାଇଁ ବାସନ୍ଦ । ନାସନାଲ୍ ଆଂଟି ଡୋପିଂ ଏଜେନ୍ସି ବା ନାଡା ଏହି ବାସନ୍ଦ ଆଦେଶ ଲଗାଇଛି । ଡୋପିଂ ନିୟମକୁ ଉଲଂଘନ କରିବା ଅଭିଯୋଗରେ କେ ରବିକୁମାରଙ୍କ ସମେତ ଦେଶର ପ୍ରାୟ ୨୫ ଜଣ ଖେଳାଳିଙ୍କ ଉପରେ ଏହି ବାସନ୍ଦାଦେଶ ଲଗାଇଛି ନାଡା । ସୂଚନା ଅନୁସାରେ ୨୦୧୮ ମସିହାରେ କେ ରବିକୁମାର ସମସ୍ତ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କିନ୍ତୁ ସେ ନେଉଥିବା ପ୍ରୋଟିନକୁ ନେଇ କିଛି ସମସ୍ୟା ନଥିଲା । ୨୦୧୯ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ଅନେକ ସାମଗ୍ରୀକୁ କଟକଣା ଭିତରକୁ ଅଣାଯାଇଥିଲା । ଫଳରେ ମୂତ୍ର ନମୂନା ପରୀକ୍ଷାରେ ଫସି ଯାଇଥିଲେ ରବି କୁମାର । ତେବେ ତାଙ୍କର ଅଜାଣତରେ ଏପରି ହୋଇଥିଲା ବୋଲି ସେ ନାଡାକୁ ଜଣାଇଛନ୍ତି । ଏହି ମାମଲା ଏବେ ବିଚାରାଧୀନ ରହିଛି । ରବି କୁମାର ଆଶା ରଖିଛନ୍ତି ତାଙ୍କର ଆବେଦନକୁ ନାଡା ଗ୍ରହଣ କରିବ । ୦୧୦ ମସିହାରେ ଦିଲ୍ଲୀ କମନୱେଲଥ ଗେମସରେ କେ ରବିକୁମାର ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିଣିଥିଲେ । ୨୦୧୨ ଅଲିମ୍ପିକ୍ସକୁ ରବି କୁମାର ଯାଇଥିଲେ ମଧ୍ୟ ସଫଳ ହୋଇନଥିଲେ । କେ ରବି କୁମାର ଆଶା ରଖିଛନ୍ତି ଆଗକୁ ତାଙ୍କ ମାମଲା ବିଚାର କରି ଏହି କଟକଣାକୁ କୋହଳ କରିବ ନାଡା । ସେ ପୁଣି ଥରେ ଅନ୍ତର୍ଜାତୀୟ ପ୍ରତିଯୋଗୀତାକୁ ଫେରିବେ ।

    Maximum 500 characters

    ଖେଳ ଖବର View all

    Find Us on Facebook