Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    +୩ ପ୍ରଶ୍ନପତ୍ର ଭାଇରାଲ

    Share on :
    ajab-Image
    Date: Feb 13, 2020    Views: 4428

    ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପ୍ରଶ୍ନପତ୍ର ଭାଇରାଲ ହୋଇଛି ।  ଯୁକ୍ତ ୩ ରସାୟନ ବିଜ୍ଞାନ ତୃତୀୟ ସେମିଷ୍ଟାର ପ୍ରଶ୍ନପତ୍ର ଭାଇରାଲ ହୋଇଛି ।  ସୁନ୍ଦରଗଡ଼ରେ କଲେଜ ଛାତ୍ରଙ୍କ ମୋବାଇଲରେ ପ୍ରଶ୍ନପତ୍ର ଘୁରିବୁଲୁଛି ।  ତେବେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି ।  ଏକ  ବୈଦୁ୍ୟତିକ ଗଣମାଧ୍ୟମକୁ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂର୍ଯ୍ୟନାରାୟଣ ନାୟକ ସୂଚନା ଦେଇ କହିଛନ୍ତି ଯେ,  ପ୍ରଶ୍ନପତ୍ର ଭାଇରାଲ ହୋଇଛି । କିନ୍ତୁ ପରୀକ୍ଷା ବାତିଲ ହେବ ନାହିଁ ।  ନୂଆ ପ୍ରଶ୍ନପତ୍ରରେ ଆଜି ପରୀକ୍ଷା ହେବ । ତେବେ  କେଉଁଠି ଲିକ ହେଲା ତାହାର ଖୋଳତାଡ଼ ପାଇଁ ବିଭିନ୍ନ କଲେଜରେ ରେଡ ଚାଲିଥିବା ଶ୍ରୀ ନାୟକ କହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook