Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଖୁସିଖବର : ଏବେ ପୁରୀକୁ ଯାଇପାରିବେ ପର୍ଯ୍ୟଟକ

    Share on :
    ajab-Image
    Date: Sep 4, 2020    Views: 7465

    ଭୁବନେଶ୍ୱର : କରୋନା ଯୋଗୁଁ ପର୍ଯ୍ୟଟନ ଶିଳ୍ପ ମାଡ଼ ଖାଇଯାଇଛି  । ବିଶେଷକରି ରାଜ୍ୟର ପୁରୀରେ ଏହାର ପ୍ରଭାବ ବହୁଳ ଭାବେ ପରିଲକ୍ଷିତ ହୋଇଥିଲା  । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପର୍ଯ୍ୟଟକମାନଙ୍କ ପୁରୀ ଆଗମନ ଉପରେ କଟକଣା ଲଗାଯାଇଥିଲା  । କିନ୍ତୁ ଏବେ ପର୍ଯ୍ୟଟନ ଅର୍ଥନୀତିକୁ ସଜାଡ଼ିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ନିଷ୍ପତି ଗ୍ରହଣ କରାଯାଇଛି  । ବିଭିନ୍ନ ସ୍ଥାନରେ ଥିବା ନାକାବନ୍ଦୀ ପ୍ରତ୍ୟାହାର କରିନେବା ସହ ହୋଟେଲଗୁଡ଼ିକୁ ବୁକିଂ ପାଇଁ ଅନୁମତି ଦିଆଯାଇଛି ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି  ।

    ଶ୍ରୀ ସିଂହ କହିଛନ୍ତିଯେ, ଯେଉଁ ପର୍ଯ୍ୟଟକମାନେ ପୁରୀ ଆସିବାକୁ ଚାହୁଁଛନ୍ତି ସେମାନେ ଏବେ ଆସିପାରିବେ  । ସେମାନଙ୍କ ପାଇଁ ଥିବା ସମସ୍ତ ପ୍ରତିବନ୍ଧକ ହଟାଇ ନିଆଯାଇଛି  । ହୋଟେଲଗୁଡ଼ିକୁ ବୁକିଂ ପାଇଁ ଅନୁମତି ଦିଆଯାଇଥିବାବେଳେ କୋଣାର୍କ ମନ୍ଦିର ଓ ଅନ୍ୟ ସ୍ଥାନ ବି ପର୍ଯ୍ୟଟକମାନେ ବୁଲିପାରିବେ  । ତେବେ ପର୍ଯ୍ୟଟକମାନଙ୍କୁ କରୋନା ଗାଇଡ଼ଲାଇନ ମାନିବାକୁ ପଡ଼ିବ  । ସତର୍କତାର ସହ ପୁରୀ ଆସିବାକୁ ଜିଲ୍ଲାପାଳ ଅନୁରୋଧ କରିିଛନ୍ତି  । ସୂଚନାଯୋଗ୍ୟଯେ, ପୂର୍ବରୁ ପୁରୀକୁ ବାହାର ଗାଡ଼ିକୁ ଅନୁମତି ମିଳୁନଥିଲା  । ପିପିଲି ଟୋଲଗେଟରେ ବି ନାକାବନ୍ଦୀ କରି ଗାଡ଼ିମଟର ଯାଂଚ କରାଯାଉଥିଲା  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook