Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କାହିଁକି ଚର୍ଚ୍ଚାରେ ପୁରୀର ‘ସିଂହ’

    Share on :
    ajab-Image
    Date: Jul 15, 2020    Views: 3755

    ପୁରୀ: ଶୀର୍ଷକଟି ନିଶ୍ଚିତ ଭାବେ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ  । ପୁରୀ ଜିଲ୍ଲାରେ ଏମିତି ଏକ ଚର୍ଚ୍ଚା ଆରମ୍ଭ ହୋଇଛି   । ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ‘ସିଂହ’ ସାଙ୍ଗିଆଧାରୀ ହୋଇଥିବାରୁ ଏ ନେଇ ଚର୍ଚ୍ଚା ଜୋର ଧରିଛି । ଆଇପିଏସ ସ୍ତରରେ ହୋଇଥିବା ଅଦଳ ବଦଳରେ କଟକ ଡିସିପି ଅଖିଳେଶ୍ୱର ସିଂହ ବଦଳି ହୋଇ ପୁରୀ ଏସପି ଭାବେ ଅବସ୍ଥାପିତ ହୋଇଛନ୍ତି । ତେବେ ଅଖିଳେଶ୍ୱରଙ୍କ ସାଙ୍ଗିଆ ସିଂହ ହୋଇଥିବାରୁ ଏହି ଚର୍ଚ୍ଚା ହେଉଛି । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ସାଙ୍ଗିଆ ସିଂହ ରହିଛି । ସେହିଭଳି ପୁରୀ ଜିଲ୍ଲା ଦାୟିତ୍ୱରେ ଥିବା ଡିଆଇଜି ଆଶିଷ ସିଂହଙ୍କ ସାଙ୍ଗିଆ ମଧ୍ୟ ‘ସିଂହ’  । ତାଙ୍କ ଅଧୀନରେ ପୁରୀ ଜିଲ୍ଲା ରହିଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଥିବା ବିଶାଳ ସିଂହ ସାଙ୍ଗିଆ ମଧ୍ୟ ‘ସିଂହ’ ରହିଛି । ସେହିପରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁରବୀର ସିଂହଙ୍କ ସାଙ୍ଗିଆ ମଧ୍ୟ ‘ସିଂହ’ । ଏହି ସମସ୍ତ ‘ସିଂହ’ ସାଙ୍ଗିଆଧାରୀଙ୍କୁ ନେଇ ସନ୍ଧ୍ୟାରୁ ପୁରୀ ସହରରେ ଆଲୋଚନା ଜୋର ଧରିଛି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook