Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    କଖାରୁର ଉପକାରିତା ସମ୍ପର୍କରେ ଜାଣନ୍ତୁ

    Share on :
    ajab-Image
    Date: Sep 12, 2020    Views: 6109

    ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ କଖାରୁ ରହିବା ଏକ ସାଧାରଣ କଥା। ଡାଲମା, ଭଜା, ଘାଣ୍ଟରୁ ନେଇ ଆହୁରି ଅନେକ ତରକାରୀ କରିବା ପାଇଁ ଗୃହିଣୀମାନେ କଖାରୁକୁ ଖୋଜିଥାନ୍ତି। କଖାରୁ ହେଉଛି ଏକ ଏପରି ପରିବା ଯାହା ଉଭୟ ସ୍ୱାସ୍ଥ୍ୟ ଓ ସୈାନ୍ଦର୍ୟ୍ୟ ପାଇଁ ଉପକାରୀ। କେବଳ ଭାରତ ନୁହେଁ, ଆମେରିକା, ଚୀନ, କାନଡା ଏବଂ ମେକ୍ସିକୋ ଆଦିରେ ମଧ୍ୟ କଖାରୁର ଚାହିଦା ରହିଛି। କଖାରୁ ଖାଇବାର ସବୁଠାରୁ ବଡ଼ ଲାଭ ହେଉଛି ଏହା ଓଜନ ହ୍ରାସ ଘଟାଇଥାଏ। କଖାରୁରେ ସୋଡିୟମ୍, କୋଲେଷ୍ଟ୍ରଲ୍ ଏବଂ ଫ୍ୟାଟ୍ ଆଦି ଭାଗ କମ୍ ରହିଛି।

    କଖାରୁରେ କ୍ୟାଲୋରି ପରିମାଣ ଖୁବ୍ କମ୍ ରହିଛି। ୧୦୦ ଗ୍ରାମ୍ କଖାରୁରେ ମାତ୍ର ୨୬ କ୍ୟାଲୋରି ରହିଛି। ସେହିପରି ୧୦୦ ଗ୍ରାମ୍ କଖାରୁରେ ମାତ୍ର ୦.୫ ଗ୍ରାମ୍ ଫାଇବର୍ ରହିଛି। ପ୍ରତ୍ୟେକ କପ୍ କଖାରୁରେ ୩ ଗ୍ରାମ୍ ଫାଇବର୍ ଏବଂ ୪୯ କ୍ୟାଲୋରି ରହିଛି।

    କଖାରୁ ଖାଇବା ଦ୍ୱାରା ହଜମ ମଧ୍ୟ ଉତ୍ତମ ହୋଇଥାଏ। ଯଦି ଆପଣଙ୍କୁ ଭୋକ ଲାଗୁନାହିଁ ତେବେ କଖାରୁ ନିଶ୍ଚୟ ଖାଆନ୍ତୁ। କଖାରୁ ଶରୀରରେ ଇମ୍ୟୁନିଟି ଶକ୍ତି ବଢ଼ାଇଥାଏ। କଖାରୁରେ ପଟ୍ଟାସିୟମ ପରିମାଣ ଭଲ ରହିଥାଏ। ଏହାଛଡ଼ା କଖାରୁରେ ଭରପୂର ପରିମାଣର ଭିଟାମିନ ‘ସି’ ରହିଛି।
    ନିଜର ଓଜନ କମାଇବାକୁ ଚାହୁଁଥିଲେ ଦୈନିକ ତରକାରୀ କିମ୍ବା ଡାଲମା ନହେଲେ ବି ଆପଣ କଖାରୁ ସୁପ୍, ଖଟାମିଠା କଖାରୁ ଆଦି କରି ଖାଇପାରନ୍ତି। ଦୈନିକ କଖାରୁର କିଛି ନା କିଛି ଗୋଟେ ଖାଇବାକୁ ଚେଷ୍ଟା କରନ୍ତୁ। ଏହା ଉଭୟ ସୈାନ୍ଦର୍ୟ୍ୟ ଓ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ।

    Maximum 500 characters

    ଘରକରଣ View all

    Find Us on Facebook