Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଲୱାମା ଆକ୍ରମଣକୁ ପୂରିଲା ବର୍ଷେ

    Share on :
    ajab-Image
    Date: Feb 14, 2020    Views: 3728

    ଭୁବନେଶ୍ୱର: ଆଜିକୁ ଠିକ ବର୍ଷେ ପୁର୍ବେ କାଶ୍ମୀରର ପୁଲୱାମାରୁ ଆସିଥିଲା ଏକ ଛାତିଥରା ଖବର-ଆତଙ୍କବାଦୀଙ୍କ ଆକ୍ରମଣରେ ସହୀଦ ହୋଇଗଲେ ୪୦ଜଣ ବୀର ଯବାନ । ଯାହା ସାରା ଭାରତୀୟଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା । ସେ ଦିନର କଥା ମନେପଡ଼ିଲେ ଆଜି ବି ଦେହ ଶିତେଇ ଉଠେ । ଏହି ଆକ୍ରମଣ ରକ୍ତରଂଜିତ ଇତିହାସର ସବୁଠାରୁ ବଡ଼ ଘଟଣା । ସମଗ୍ର ଦେଶର ଗୋଟିଏ ପଟେ ଥିଲା ବୀର ଯବାନ ମାନଙ୍କୁ ହରାଇବାର ଦୁଃଖର ଲୁହ ଓ ଅନ୍ୟ ପଟେ ଥିଲା କ୍ରୋଧ ଏବଂ ପ୍ରତିଶୋଧର ଲହୁ । ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ପୁଅ ମନୋଜ ବେହେରାଙ୍କ ପାଇଁ ଓଡ଼ିଶା ମାଟି ମଧ୍ୟ ଭିଜିଥିଲା ଲୁହ ଓ ଲହୁରେ । ସେହି ମହାନ ବୀର ଯବାନଙ୍କ ଘର ହେଉଛି କଟକ ଜିଲ୍ଲା ନିଆଳୀ ବ୍ଲକର ରତନପୁର ଗାଁରେ । ସହୀଦଙ୍କ ସ୍ମୃତିରେ ବର୍ଷେ ପରେ ବି ଉଜାଗର ରତନପୁର ଗାଁ । ଗତ ବର୍ଷ ୧୪ ଫେବୃୟାରୀ ୨୦୧୯ରେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଯାଇଥିଲେ କଟକର ସେହି ବୀର ଯବାନ ମନୋଜ ବେହେରା । ସେପଟେ ସୀମାରେ ପୁଅ ସହିଦ ହେବା ପରେ ଅତି ଦୟନୀୟ ଅବସ୍ଥାରେ ଚଳୁଛନ୍ତି ମନୋଜର ପରିବାର । ପରିଶେଷରେ ଏହି ଚିନ୍ତାରେ କୈାଳିକ ବୃତିକୁ ଆପଣେଇ ନେଇଛନ୍ତି ସହିଦଙ୍କ ବାପାମାଆ । ସହିଦ ମନୋଜ ଆଉ କେବେ ଗାଁକୁ ଫେରିବନି କି ମାଆ କୋଳକୁ ଫେରିବନି ଏହା ଚିରନ୍ତନ ସତ୍ୟ କିନ୍ତୁ ତାର ସ୍ମୃତିରେ ଆଜି ମଧ୍ୟ କାନ୍ଦୁଛି ସାରା ଗାଁ ଆଉ ମାଆ ।

    ତପନ କୁମାର ସୂତାର 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook