Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ମନୋକାମନା ପୂର୍ଣ୍ଣ ପାଇଁ ଏହି ଦେବତାଙ୍କୁ ସନ୍ତୁଷ୍ଟ କରନ୍ତୁ

    Share on :
    ajab-Image
    Date: Sep 13, 2020    Views: 3430

    ପ୍ରତ୍ୟେକ ବ୍ୟକ୍ତିର ଇଚ୍ଛା ଅଲଗା ପ୍ରକାରର ଥାଏ। ନିଜ ମନୋକାମନା ପୂରଣ ପାଇଁ ଆମକୁ କିଛି ଦାନ କରିବା ପଡିଥାଏ। ଆସନ୍ତୁ ଜାଣିବା କେଉଁ ଜିନିଷ ଦାନ କଲେ କେଉଁ ମନୋକାମନା ପୁର୍ଣ୍ଣ ହୁଏ।

    ଧନ ପାଇଁ କିମ୍ବା ସଞ୍ଚୟ ପାଇଁ ଭଗବାନ ନୃସିଂହଙ୍କୁ ନାଗେଶ୍ବର ଫୁଲ ଚଢାନ୍ତୁ। ଫୁଲ ଚଢାଇ ସାରିଲା ପରେ ସେଥିରୁ ଗୋଟିଏ ଘରକୁ ନେଇ ଆସନ୍ତୁ। ଘରର ଆଲମାରୀରେ ଯେଉଁଠି ଟଙ୍କାପଇସା,ସୁନାଗହଣା ରଖୁଛନ୍ତି ସେଠାରେ ଫୁଲଟିକୁ ରଖିଦିଅନ୍ତୁ।

    ଯଦି ଜନ୍ମ କୁଣ୍ଡଳିରେ କାଳସର୍ପ ଦୋଷ ଦେଖାଯାଏ ତେବେ ନୃସିଂହନାଥ ମନ୍ଦିରକୁ ଯାଇ ମୟୂର ପୁଚ୍ଛ ଚଢାନ୍ତୁ। ଆପଣଙ୍କୁ ଏଥିରୁ ମୁକ୍ତି ମିଳିବ।
    କୋର୍ଟକଚେରୀ ମାମଲାରେ ଫସି ରହିଥିଲେ ନୃସିଂହ ଚତୁର୍ଦ୍ଦଶୀ ଦିନ ଭଗବାନଙ୍କୁ ଦହି ଭୋଗ ଲଗାନ୍ତୁ।

    ଅଜଣା ଶତ୍ରୁ ଦ୍ବାରା ଆପଣ ଯଦି ହଇରାଣ ହେଉଛନ୍ତି ତେବେ ନୃସିଂହନାଥଙ୍କୁ ମିଶ୍ରି ଭୋଗ ଲଗାନ୍ତୁ।
    ଯଦି ଆପଣଙ୍କ ସହ କେହି ସମ୍ପର୍କ ତୁଟାଇ ଦେଇଛନ୍ତି ତେବେ ସେହି ସମ୍ପର୍କକୁ ପୁଣି ଯୋଡିବା ପାଇଁ ନୃସିଂହନାଥ ମନ୍ଦିରରେ ଲୋକଙ୍କ ଭୋଜନ ପାଇଁ ଅଟା ଦାନ କରନ୍ତୁ।

    ଋଣଭାରରେ ବ୍ୟତିବ୍ୟସ୍ତ ହୋଇ ରହିଛନ୍ତି ଓ ସେଥିରୁ ମୁକ୍ତି ମିଳୁ ନାହିଁ ତେବେ ନୃସିଂହନାଥଙ୍କୁ ଚାନ୍ଦିର କିଛି ସାମଗ୍ରୀ ଦାନ କରନ୍ତୁ।
    କୌଣସି ରୋଗରୁ ଯଦି ବହୁତ ଦିନ ହେବ ନିସ୍ତାର ପାଇ ପାରୁ ନାହାନ୍ତି ତେବେ ଭଗବାନ ନୃସିଂହନାଥଙ୍କୁ ଚନ୍ଦନ ଲେପ କରି ଗାଧୋଇ ଦିଅନ୍ତୁ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook