Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ପୁଡୁଚେରୀ ସରକାରଙ୍କ ଆସ୍ଥା ଭୋଟ୍‌

    Share on :
    ajab-Image
    Date: Feb 22, 2021    Views: 3350

    ପୁଡୁଚେରୀ : ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କ ନେତୃତ୍ବ ପୁଡୁଚେରୀର କଂଗ୍ରେସ ସରକାର ସୋମବାର ବିଧାନସଭାରେ ଆସ୍ଥା ଭୋଟର ପ୍ରମାଣ ଦେବେ। ବିରୋଧୀଙ୍କ ଅଭିଯୋଗ କ୍ରମେ ଉପ-ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ଏହି ସଂଖ୍ୟା ଗରିଷ୍ଠତାର ପ୍ରମାଣର ଦିନକ ପୂର୍ବରୁ ଶାସକ ମେଣ୍ଟରୁ ୨ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ଉଭୟ କଂଗ୍ରେସ ଓ ଡିଏମ୍‌କେର ଜଣେ ଲେଖାଏଁ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରବିବାର କଂଗ୍ରେସ ବିଧାୟକ କେ ଲକ୍ଷ୍ମୀନାରାୟଣ ପ୍ରଥମେ ବାଚସ୍ପତି ଭିପି ଶିବକୋଲୁନ୍ଧୁଙ୍କୁ ତାଙ୍କ ବାସଭବନରେ ଭେଟି ନିଜର ଇସ୍ତଫା ପତ୍ର ଦେଇଥିଲେ। ଲକ୍ଷ୍ମୀନାରାୟଣ ବିଧାୟକ ପଦରୁ ଇସ୍ତଫା ଦେବା ସହିତ କଂଗ୍ରେସ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିବା କହିଛନ୍ତି। ଇସ୍ତଫା ଦେବା ପରେ ଲକ୍ଷ୍ମୀନାରାୟଣ ସାମ୍ବାଦିକଙ୍କୁ କହିଛନ୍ତି ଯେ ପୁଡୁଚେରୀର କଂଗ୍ରେସ ନେତୃତ୍ବ ମେଣ୍ଟ ସରକାର ସଂଖ୍ୟାଲଘୁ ହୋଇପଡିଛି। ଲକ୍ଷ୍ମୀନାରାୟଣଙ୍କ ପରେ ଡିଏମ୍‌କେର ବିଧାୟକ ଭେଙ୍କଟେଶ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଭେଙ୍କଟେଶ ମଧ୍ୟ ବାଚସ୍ପତିଙ୍କୁ ତାଙ୍କ ବାସଭବନରେ ଭେଟି ନିଜ ଇସ୍ତଫା ପତ୍ର ଦେଇଥିଲେ। ତେବେ ଭେଙ୍କଟେଶ ବିଧାୟକ ପଦରୁ ଇସ୍ତଫା ଦେଇଥିବାବେଳେ ଦଳ ସହିତ ରହିଛନ୍ତି। ପୁଡୁଚେରୀରେ କଂଗ୍ରେସ, ଡିଏମ୍‌କେ ଓ ଜଣେ ସ୍ବାଧୀନ ବିଧାୟକଙ୍କୁ ନେଇ ମେଣ୍ଟ ସରକାର ଚାଲିଥିଲା। ଶାସକ ମେଣ୍ଟ ପଛରେ ଏବେ ମାତ୍ର ୧୨ ବିଧାୟକଙ୍କ ସମର୍ଥନ ଥିବାବେଳେ ବିରୋଧୀ ମେଣ୍ଟରେ ୧୪ ବିଧାୟକଙ୍କ ସମର୍ଥନ ରହିଛି। ଗତ ମାସକ ମଧ୍ୟରେ କଂଗ୍ରେସ ୪ଜଣ ବିଧାୟକ ଦଳ ଛାଡିବା ସହିତ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୩୩ ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ଶାସକ ମେଣ୍ଟ କଂଗ୍ରେସର ୯, ଡିଏମ୍‌କେର ୩ ଓ ଜଣେ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଛି। ସେହିପରି ବିରୋଧୀ ମେଣ୍ଟରେ ଏଆଇଏନ୍‌ଆରସିର ୭, ଏଆଇଏଡିଏମ୍‌କେର ୪ ଓ ବିଜେପିର ୩ଙ୍କ ସମର୍ଥନ ରହିଛି। ବିଧାନସଭାର ୭ଟି ଆସନ ଖାଲିପଡିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook