ମୁଖ୍ୟ ଖବର
ନୂଆଦିଲ୍ଲୀ: ପୁଡୁଚେରୀରେ କଂଗ୍ରେସ ନେତୃତ୍ୱଧୀନ ମେଣ୍ଟ ସରକାର ଏବେ ସଂକଟରେ ପଡିଛି । ଏପରି ସ୍ଥିତିିରେ ଉପରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ଚଳିତ ମାସ ୨୨ ତାରିଖ ଅପରାହ୍ନ ୫ଟାରେ ବିଧାନସଭାରେ ଫ୍ଲୋର ଟେଷ୍ଟ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରୁ କ୍ଷମତାସୀନ ମେଣ୍ଟ ଏବଂ ବିରୋଧୀ ଦଳଗୁଡିକ ଭିତରୁ କାହାର ଗୃହରେ ସଂଖ୍ୟାଗରିଷ୍ଠତା ଅଛି ତାହା ସ୍ପଷ୍ଟ ହେବ ।
ମଙ୍ଗଳବାର ରାତିରେ ପୁଡୁଚେରୀରେ ପୂର୍ବରୁ ଉପରାଜ୍ୟପାଳ ଥିବା କିରଣ ବେଦୀଙ୍କୁ ଆକସ୍ମିକ ଭାବେ ଏହି ପଦରୁ ହଟାଇ ଦିଆଯାଇଥିଲା । ପୁଡୁଚେରୀ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ହେଉଛି ୩୩ । ହେଲେ ଗତ ୧୦ ଦିନ ଭିତରେ କଂଗ୍ରେସର ଚାରି ଜଣ ବିଧାୟକ ଇସ୍ତଫା ଦେବା ପରେ ମେଣ୍ଟ ସରକାର ଏବେ ସମସ୍ୟାରେ ପଡିଛି ।
ବିଧାନସଭାରେ ଏବେ ଉଭୟ କ୍ଷମତାସୀନ ମେଣ୍ଟ ଏବଂ ବିରୋଧୀଦଳଙ୍କ ନିକଟରେ ୧୪ ଜଣ ଲେଖାଏଁ ସଦସ୍ୟ ଅଛନ୍ତି । ତେଣୁ ବିରୋଧୀଦଳଗୁଡିକ ଉପରାଜ୍ୟପାଳଙ୍କୁ ଭେଟି ତୁରନ୍ତ ସରକାରଙ୍କୁ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ କହିବାକୁ ଦାବି କରିଥିଲେ । ଏହାପରେ ଉପରାଜ୍ୟପାଳ ଉପରୋକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି ।
Comments ସମସ୍ତ ମତାମତ