Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପିଟିଆଇ ସହ ସମ୍ପର୍କ ଛିନ୍ନ କରିବ ପ୍ରସାରଭାରତୀ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Jun 28, 2020    Views: 2580

    ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସହ ସମ୍ପର୍କ ଛିନ୍ନ କରିବାକୁ ପ୍ରସାର ଭାରତୀ ବିଚାର କରୁଛି । ପିଟିଆଇକୁ ପ୍ରସାର ଭାରତୀୟ ତରଫରୁ ପ୍ରତିବର୍ଷ ପ୍ରାୟ ୯ କୋଟି ଟଙ୍କା ଦିଆଯାଇଥାଏ । ସେହିପରି ପିଆଇବି ବି ପିଟିଆଇକୁ ଅତିରିକ୍ତ ଅର୍ଥ ପ୍ରଦାନ କରିଥାଏ । କିନ୍ତୁ ଏବେ ପିଟିଆଇ ଦ୍ୱାରା କିଛି ସମ୍ବାଦ ପରିବେଶଷ କରାଯିବାକୁ ନେଇ ପ୍ରସାରଭାରତୀୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି । ସରକାରୀ ସଂସ୍ଥା ଠାରୁ ଅର୍ଥ ପାଉଥିଲେ ବି ପିଟିଆଇ ଦେଶବିରୋଧୀ ସମ୍ବାଦ ପରିବେଷଣ କରୁଥିବାରୁ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବାରମ୍ବାର ପିଟିଆଇ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ କୁହାଯାଉଥିଲେ ବି ସେମାନେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି । ତେଣୁ ପ୍ରସାରଭାରତୀ ଏବେ ଉକ୍ତ ସଂସ୍ଥା ନିଜର ସମ୍ପର୍କରେ ସମୀକ୍ଷା କରୁଛି । ଏ ସମ୍ପର୍କରେ ଖୁବ୍ ଶୀଘ୍ର ପିଟିଆଇକୁ ସୂଚନା ଦିଆଯିବ ବୋଲି କୁହାଯାଇଛି । ଅଭିଯୋଗ କରାଯାଇଛି କି ନିକଟରେ ପିଟିଆଇ ଦ୍ୱାରା ନୂଆଦିଲ୍ଲୀରେ ଥିବା ଚୀନ ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତକାର ପ୍ରକାଶ କରାଯାଇଥିଲା । ଏହି ସାକ୍ଷାତକାରରେ ଚୀନ ରାଷ୍ଟ୍ରଦୂତ ଗଲୱାନ ସଂଘର୍ଷ ପାଇଁ ଭାରତକୁ ଦୋଷ ଦେଇଛନ୍ତି । କିନ୍ତୁ ବିଭିନ୍ନ ସଂସ୍ଥାର ସାମ୍ବାଦିକମାନଙ୍କ ଅନୁସାରେ ପ୍ରକୃତରେ ଏହା ଏକ ସାକ୍ଷାତକାର ନଥିଲା । ବରଂ ଏହା ଚୀନର କମୁ୍ୟନିଷ୍ଟ ପାର୍ଟିର ଏକ ପ୍ରେସ ବିବୃତି ଥିଲା । କାରଣ ପିଟିଆଇ ଦ୍ୱାରା ଚୀନ ରାଷ୍ଟ୍ରଦୂତଙ୍କୁ ଚୀନର ଦୋମୁହାଁ ନୀତି ଏବଂ ଅପପ୍ରଚାର ସମ୍ପର୍କରେ ଗୋଟିଏ ବି ପ୍ରଶ୍ନ କରାଯାଇନଥିଲା । ସେହିପରି ଗଲୱାନ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲା ବେଳେ ଶତ୍ରୁ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସାକ୍ଷାତକାର ପ୍ରକାଶ କରାଯିବାକୁ ନେଇ ଅନେକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି କାରଣରୁ ଏବେ ପ୍ରସାରଭାରତୀ ପିଟିଆଇ ଉପରେ ଅସନ୍ତୁଷ୍ଟ ହୋଇଛି ।

    Maximum 500 characters

    ବିଶେଷ View all

    Find Us on Facebook