Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପ୍ରିୟଙ୍କାଙ୍କ ଝିଅର ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର

    Share on :
    ajab-Image
    Date: Feb 5, 2020    Views: 3788

    ଭୁବନେଶ୍ୱର : ମୃତୁ୍ୟ ପରେ ଅନ୍ୟକୁ ଜୀବନ ଦେଇଥିବା ପି ପି୍ରୟଙ୍କାରାଣୀ ପାତ୍ରଙ୍କ ପରିବାରକୁ ସାରା ରାଜ୍ୟରେ ପ୍ରଶଂସା ମିଳିଛି  । ଏବେ ପ୍ରିୟଙ୍କାଙ୍କ ଝିଅ ଆପୋଲୋରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  । ସେହିପରି ତାଙ୍କ ପରିବାରକୁ ସୁରଜ ଯୋଜନାରେ ସମ୍ମାନୀତ କରାଯିବ  । ଅପରପକ୍ଷରେ ଏସସିବିରେ ବିରଳ କାଡ଼ାଭରିକ ଟ୍ରାନ୍ସପ୍ଲାଂଟ ସଫଳ ହୋଇଥିବାରୁ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି  ।

    ସୂଚନାଯୋଗ୍ୟଯେ, ଏସସିବିରେ ପ୍ରଥମ ଥର ପାଇଁ କାଡ଼ାଭରିକ ଟ୍ରାନ୍ସପ୍ଲାଂଟ କରାଯାଇଛି  । ପ୍ରିୟଙ୍କାଙ୍କ ଅଙ୍ଗରେ ନୂଆ ଜୀବନ ପାଇଛନ୍ତି ବରଗଡ଼ ଜିଲ୍ଲା ଅତାବିରା ବ୍ଲକର କୁହୁଣ୍ଡାର ଫିରୋଜ ସାହୁ  ।

    ଫିରୋଜଙ୍କର ଦୁଇଟି ଯାକ କିଡ଼ନୀ ଅକାମୀ ହୋଇଯାଇଥିଲା  । ତେବେ ପ୍ରିୟଙ୍କାଙ୍କ କିଡ଼ନୀ ତାଙ୍କ ଦେହରେ ପ୍ରତିରୋପଣ କରାଯାଇଥିଲା । ଚଉଦ ଘଂଟାର ଏହି ସଫଳ ଅପରେସନ ଏବେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟିକରିଛି  ।  

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook