ମୁଖ୍ୟ ଖବର
ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧ ସୁଦ୍ଧା ଲୋଧି ଇଷ୍ଟେଟ ସ୍ଥିତ ସରକାରୀ ବାସଭବନ ଖାଲି କରିବାକୁ ସରକାରଙ୍କ ନିଦେ୍ର୍ଧଶ ପରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବେ ଘର ଖୋଜୁଛନ୍ତି । ପୂର୍ବରୁ ସେ ଲକ୍ଷ୍ନୌରେ ଘର ନେବେ ବୋଲି ପ୍ରଚାର ହେଉଥିଲା । କିନ୍ତୁ ଏବେ ଲକ୍ଷ୍ନୌ , ଦିଲ୍ଲୀ କିମ୍ବା ହରିୟାଣାର ଗୁରୁଗ୍ରାମ ଠାରେ ଅବସ୍ଥାନ କରିବାକୁ ଚିନ୍ତା କରୁଛନ୍ତି । ଇତି ମଧ୍ୟରେ ଲକ୍ଷ୍ନୌଠାରେ ଗୋଟିଏ ଘର ସ୍ଥିର ହୋଇଛି । ଗୋଖେଲ ମାର୍ଗ ସ୍ଥିତ ଇନ୍ଦିରା ଗାନ୍ଧିଙ୍କ ସମ୍ପର୍କୀୟ ଶୀଲା କାଉଲଙ୍କ ପୁରୁଣା ଘରେ ରହିବା ପାଇଁ ଆପାତତଃ ଧାର୍ଯ୍ୟ ହୋଇଛି । ଏଠାରେ ରହିଲେ ତାଙ୍କୁ ଉତ୍ତରପ୍ରଦେଶ ରାଜନୀତି କଥା ବୁଝିବା ସହଜ ହେବ । ସ୍ୱାମୀ ରବର୍ଟ ଭଦ୍ରା ଓ ଦୁଇ ବଡ଼ ପୁଅ ଝିଅଙ୍କୁ ନେଇ ସେ ସୋନିଆଙ୍କ ଘରେ ରହିବାକୁ ଚାହୁଁନଥିବା ସୂଚନା ମିଳିଛି ।
Comments ସମସ୍ତ ମତାମତ