ମୁଖ୍ୟ ଖବର
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ଶିଶୁ ଆଶ୍ରୟଗୃହରେ ଦୁଇ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି ବୋଲି ଅଭିଯୋଗ ଆଣିଥିବା କଂଗ୍ରେସ ନେତ୍ରୀ ପି୍ରୟଙ୍କା ଗାନ୍ଧି ଭଦ୍ରାଙ୍କ ସରକାର ନୋଟିସ ଜାରି କରିବା ପରେ ସେ ସରକାରଙ୍କୁ ପରୋକ୍ଷରେ ଧମକାଇଛନ୍ତି । ମୁଁ ସତ୍ୟର ପର୍ଦ୍ଧାଫାସ କରିବି ଏବଂ ସରକାର ମୋ ବିରୋଧରେ ଯାହା ବି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ପି୍ରୟଙ୍କା କହିଛନ୍ତି । ନିଜକୁ ଇନ୍ଦିରା ଗାନ୍ଧିଙ୍କ ନାତୁଣୀ ବୋଲି ବର୍ଣ୍ଣନା କରି ‘ମୁଁ କୌଣସି ବିରୋଧ ଦଳର ନେତା ନୁହେଁ କି ବିଜେପିର କୌଣସି ଅଘୋଷିତ ମୁଖପାତ୍ର ନୁହେଁ ଯେ ଏଥିରେ ଡରିଯିବି’ ବୋଲି ସେ ଟ୍ୱିଟରରେ କହିଛନ୍ତି । ୧୯୭୫ ଜୁନରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜରୁରୀକାଳୀନ ପରିସ୍ଥିତି ଜାରି କରି ଅନେକ ନେତାଙ୍କର ସ୍ୱାଧୀନତା କ୍ଷୁଣ୍ଣ କରିବା ଘଟଣାର ୪୫ ବର୍ଷ ପୂର୍ତ୍ତିର ଦିନକ ପରେ ପ୍ରିୟଙ୍କାଙ୍କ ଏଭଳି ଟ୍ୱିଟ୍ ନାନା ଗୁଞ୍ଜରଣ ସୃଷ୍ଟି କରିଛି । ଦେଶର ଜରୁରୀକାଳୀନ ପରସ୍ଥିତିକୁ ସ୍ମରଣ କରି ଗୁରୁବାର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଗୋଟିଏ ପରିବାର ରାତାରାତି ଦେଶକୁ ଏକ ବନ୍ଦୀଶାଳା କରିଦେଇଥିଲା । ଏ ଅବସରରେ ଉତ୍ତରପ୍ରଦେଶ ସରକାର କରିଥିବା ନୋଟିସ୍ ପରିପ୍ରେକ୍ଷୀରେ ପି୍ରୟଙ୍କା ସରକାରଙ୍କୁ ଆକ୍ଷେପ କରି, ବିଭିନ୍ନ ବିଭାଗ ତାଙ୍କୁ ଧମକାଇ ଅଯଥାରେ ସମୟ ନଷ୍ଟ କରୁଛନ୍ତି ବୋଲି ହିନ୍ଦୀରେ ଟ୍ୱିଟ୍ କରିଛନ୍ତି ।
Comments ସମସ୍ତ ମତାମତ