Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    କେଶ ଲାଗି ଟିପ୍ସ ଦେଲେ ପ୍ରିୟଙ୍କା

    Share on :
    ajab-Image
    Date: Sep 12, 2020    Views: 4410

    ନିକଟରେ ସମଗ୍ର ବିଶ୍ୱରେ କରୋନା ତାର କାୟା ବିସ୍ତାର କରିଥିବାବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି  । ଫଳରେ ଏହାର ପ୍ରଭାବ ସିଧାସଳଖ ମନୋରଞ୍ଜନ ଜଗତ ଉପରେ ପଡ଼ିଛି  । କଳାକାର ପୂର୍ବପରି ଆଉ ବିଳାସପୂର୍ଣ୍ଣ ଜୀବନକୁ ଉପଭୋଗ ନକରି ନିଜର ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି  । ଯାହାଫଳରେ ବଲିଉଡରୁ ହଲିଉଡ଼ ଯାତ୍ରା କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ଷ୍ଟାଇଲ ଓ ସ୍ୱାସ୍ଥ୍ୟକୁ ନେଇ ତପôର ରହିଥିବା ଦେଖିବାକୁ ମିଳିଛି  । ନିଜର ମେଣ୍ଟେନ ଲାଗି ସେ ପ୍ରାକୃତିକ ଉପଚାରକୁ ବିଶେଶ ଧ୍ୟାନ ଦେଇଥାନ୍ତି  ।  ବଲିଉଡରେ ପ୍ରିୟଙ୍କାଙ୍କ ଖାତିର ବେଶ୍ ରହିଥିବାବେଳେ ହଲିଉଡ଼ର ‘କ୍ୱାଣ୍ଟିକୋ’ ତାଙ୍କୁ ଭିନ୍ନ ପରିଚୟ ଦେଇପାରିଛି  । କିଛିଦିନ ପୂର୍ବରୁ ସ୍ୱାମୀ ନିକଙ୍କ ସହ ଆମେରିକାନ ମାଗାଜିନରେ କଭର ଫଟୋ ଆସିଥିଲା ସେ । କରୋନା କାଳରେ ପ୍ରିୟଙ୍କା ନୂଆ ହେୟାରଷ୍ଟାଇଲ ସହ ପ୍ରଶଂସକଙ୍କ ଲାଗି ସ୍ୱତନ୍ତ୍ର ଟିପସ ପ୍ରଦାନ କରିଛନ୍ତି  । ନୂତନ ହେଷ୍ଟାରଷ୍ଟାଇଲରେ ପ୍ରିୟଙ୍କା ବେଶ ସୁନ୍ଦର ଦିଶୁଥିବା ଏକ ସେଲଫି ଓ କ୍ୟାପସନ ‘ନୁ୍ୟ ହେୟାର, ଡୋଣ୍ଟ କେୟାର’ ଲେଖି ସୋଶିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି  । ପ୍ରିୟଙ୍କା ସର୍ବଦା ପ୍ରାକୃତିକ ଉପଚାରକୁ ଗୁରୁତ୍ୱ ଦେବା ସହ ମାଆ ମଧୁଚୋପ୍ରାଙ୍କୁ ଅନୁସରଣ  କରିଥାନ୍ତି ବୋଲି ସବୁବେଳେ କହୁଥିବାବେଳେ  ପ୍ରଶଂସକ କିପରି କେଶର ଯତ୍ନ ରଖିପାରିବେ  ସେ ନେଇ ପ୍ରିୟଙ୍କା ଭୋଗ୍ ଇଣ୍ଡିଆରେ ପୂର୍ବରୁ ଟିପସ ଦେଇ ସାରିଛନ୍ତି   ।
    ଏକ କପ ଦହିରେ ଏକ ଚାମଚ ମହୁ, ଅଣ୍ଡାକୁ ଭଲଭାବେ ଫେଣ୍ଟି କରି କିଛି ସମୟ ରଖି ଦିଅନ୍ତୁ । ଏହାକୁ କେଶରେ ଲଗାଇ ପ୍ରାୟ ୩୦ମିନିଟ୍ ଛାଡିଦେବା ସହ ପରେ ନଖଉଷୁମ ପାଣିରେ ବେବି ସାମ୍ଫୋରେ କେଶ ଭଲଭାବେ ଧୋଇନିଅନ୍ତୁ  । ଏପରି କରିବା ଦ୍ୱାରା କେଶରେ ଉଜ୍ଜ୍ୱଳତା ଆସିବା ସହ କେଶର ବୃଦ୍ଧି ଘଟିଥାଏ  । କେଶରେ ଅଣ୍ଡା ବ୍ୟବହାର ଦ୍ୱାରା ରୂପି ସମସ୍ୟା, କେଶ ଚିକ୍କଣ, ଶୁଷ୍କପଣ ଦୂର ହୋଇଥାଏ । ସେହିପରି ମହୁ ବ୍ୟବହାର ଦ୍ୱାରା କେଶ ଚିକ୍କଣ ଓ ଲମ୍ବା କରିବାରେ ସହାୟକ ହେଉଥିବାବେଳେ  ଦହି ବ୍ୟବହାରରେ କେଶକୁ ପ୍ରୋଟିନ ଏବଂ କ୍ୟାଲସିୟମ ମିଳିଥାଏ  । ଦହିକୁ କେହି କେହି ପ୍ରାକୃତିକ କଣ୍ଡିସନ ବୋଲି ମାନିଥାନ୍ତି  ।  ଯଦ୍ୱାରା ଏସମସ୍ତ ଉପାୟରେ କେଶ ବୃଦ୍ଧି ହେବା ସହ ସୁନ୍ଦର ଉ ଘନ ରହିଥାଏ ବୋଲି ପ୍ରୟଙ୍କା ବିଶ୍ୱାସ କରିଥାନ୍ତି 

    Maximum 500 characters

    ସିନେମା View all

    Find Us on Facebook