Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଟ୍ୱିନ୍ ସିଟିରେ ଦେଢ଼ଘଣ୍ଟା ଧରି ପ୍ରବଳ ବର୍ଷିଲା

ଓଡିଶା ଫେରିଲେ କେରଳରେ ଫସିରହିଥିବା ୧୬୯ ଓଡିଆ ଝିଅ

ଆଜିଠାରୁ ପୁଣି ଥରେ ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ

ଆଠଗଡ :ପୁଅକୁ ମାରି ବାଡି ପଛ ପଟେ ପୋତି ଦେଇଥିଲା ବାପା

ପୁଣି ୬୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି

banner

କଳା

ମୁଖ୍ୟ ଖବର

    ହଲିଉଡ଼ ଫିଲ୍ମରେ ଦୁଇ ଭଉଣୀ

    Share on :
    ajab-Image
    Date: Nov 29, 2019    Views: 178

    ବଲିଉଡ଼୍ ଅଭିନେତ୍ରୀ ପି୍ରୟଙ୍କା ଚୋପ୍ରା ଓ ପରିଣୀତି ଚୋପ୍ରା କେବଳ ଦୁଇ ଭଉଣୀ ନୁହନ୍ତି, ଭଲ ବନ୍ଧୁ ମଧ୍ୟ । ପରସ୍ପର ପେସାଦାର ଜୀବନ ପ୍ରତି ଦୁହେଁ ବେଶ୍ ଯତ୍ନବାନ୍ । ଦର୍ଶକମାନେ ବି ଦୁଇ ଭଉଣୀଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରନ୍ତି । ଉଭୟ ପି୍ରୟଙ୍କା ଓ ପରିଣୀତିଙ୍କ ପ୍ରଶଂସକଙ୍କ ପାଇଁ ଏବେ ଭଲ ଖବର ହେଉଛି ପ୍ରଥମ ଥର ପାଇଁ ଦୁହେଁ ଗୋଟିଏ ହଲିଉଡ଼ ଫିଲ୍ମରେ ଏକାଠି କାମ କରିଛନ୍ତି । ତେବେ, ଅଭିନୟ ନୁହେଁ; କାର୍ଟୁନ ଫିଲ୍ମ ‘ଫ୍ରୋଜନ ୨’ର ହିନ୍ଦୀ ସଂସ୍କରଣ ପାଇଁ ଉଭୟ କଣ୍ଠଦାନ କରିଛନ୍ତି । ଦର୍ଶକମାନେ ଏ ଦୁଇ ଭଉଣୀଙ୍କ କଣ୍ଠସ୍ୱରକୁ ପରଦାରେ ଅଭିନୟ କରିଥିବା ଅନ୍ୟ ଦୁଇ ଭଉଣୀଙ୍କ ସ୍ୱର ଭାବେ ଶୁଣିପାରିବେ । ଫିଲ୍ମରେ ‘ଏଲ୍ସା’ ଚରିତ୍ର ପାଇଁ ପ୍ରିୟଙ୍କା କଣ୍ଠଦାନ କରିଥିବା ବେଳେ ‘ଏନା’ ଚରିତ୍ର ପାଇଁ କଣ୍ଠଦାନ କରିଛନ୍ତି ତାଙ୍କ ସାନ ଭଉଣୀ ପରିଣୀତି । ଉଲ୍ଲେଖଯୋଗ୍ୟ, ଫିଲ୍ମର ପ୍ରଥମ ଭାଗ ୨୦୧୩ରେ ରିଲିଜ ହୋଇଥିଲା ଏବଂ ଓସ୍କାର ପୁରସ୍କାର ପାଇଥିଲା । ଗଲା ୨୨ ତାରିଖରେ ‘ଫ୍ରୋଜନ୍ ୨’ର ବିଶ୍ୱସ୍ତରୀୟ ମୁକ୍ତିଲାଭ ହୋଇଥିବା ପ୍ରକାଶ ।

    Maximum 500 characters

    କଳା View all

    Find Us on Facebook