ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ପିଲାଙ୍କ ନାମଲେଖାକୁ କଡ଼ାକଡ଼ି କରାଯିବ । ଏଣିକି ଏହି ପିଲାଙ୍କ ନାମଲେଖା ଅନଲାଇନରେ ହେବ । ଏହା ଦ୍ୱାରା ଆର୍ଥିକ ଅନଗ୍ରସର ଓ ଅନୁସୂଚିତ ଜାତି, ଜନଜାତି, ଦିବ୍ୟାଙ୍ଗ ପିଲାଙ୍କ ମାଗଣାରେ ଶିକ୍ଷା ପାଇବେ । ଏଥିପାଇଁ ଅନଲାଇନରୁ ୨୮ ତାରିଖ ପର୍ଯ୍ୟନ୍ତ ସ୍କୁଲର ପଞ୍ଜୀକରଣ ଆରମ୍ଭ ହେବ । ଏହା ପରେ ମାର୍ଚ୍ଚ ୧ ରୁ ୧୫ ଯାଏ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ପଞ୍ଜୀକରଣ କରିବେ । ସମସ୍ତ କାଗଜପତ୍ରକୁ ମାର୍ଚ୍ଚ ୧୬ ରୁ ୨୬ ଯାଏ ବ୍ଲକ ଶିକ୍ଷା ଅଧିକାରୀ ଯାଞ୍ଚ କରିବେ । ଏହା ପରେ ୩୦ ରେ ପ୍ରଥମ ପର୍ଯ୍ୟାୟ ଲଟେରୀ ଓ ସ୍କୁଲ ଆଲଟମେଣ୍ଟ ହେବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଏପି୍ରଲ ୩ ରୁ ୧୨ ତାରିଖ ଯାଏ ଅନୁଷ୍ଠିତ ହେବ । ଏଥିପାଇଁ ବ୍ୟବସ୍ଥା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିଦେ୍ର୍ଧଶକଙ୍କୁ ନିଦେ୍ର୍ଧଶ ହୋଇଛି ।
Comments ସମସ୍ତ ମତାମତ