ମୁଖ୍ୟ ଖବର
ଭୁବନେଶ୍ୱର: ଭର୍ଚୁ୍ୟଆଲ ରାଲିର ଅର୍ଥ ବୁଝିବାକୁ କଂଗ୍ରେସକୁ ଆହୁରି ୫ ବର୍ଷ ଲାଗିବ । ଏଭଳି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଭର୍ଚୁ୍ୟଆଲ ରାଲିକୁ କଂଗ୍ରେସର କଟାକ୍ଷ ପରେ ଶ୍ରୀ ହରିଚନ୍ଦନ ଏଭଳି କହିଛନ୍ତି ।
ସେ କହିଛନ୍ତି ଯେ, ଭର୍ଚୁ୍ୟଆଲ ରାଲିରେ ୩୭ ହଜାର ବୁଥକୁ ଯୋଡ଼ିବାକୁ ଉଦ୍ୟମ କରୁଛୁ । ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ମାନି ରାଜ୍ୟ ସଭାପତି ଓ କୋର ସଦସ୍ୟ ରହିବେ । ଦିଲ୍ଲୀରେ ୨ କେନ୍ଦ୍ରମନ୍ତ୍ରୀଙ୍କ ସହ ଅମିତ ଶାହା ରହିବେ । ଅମିତ ଶାହା ଏହି ଭର୍ଚୁ୍ୟଆଲ ରାଲିରେ ଆତ୍ମନିଭର ଭାରତ ସମ୍ପର୍କରେ କହିବେ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ପ୍ରକାଶ ଯେ, ଆସନ୍ତା ୮ ତାରିଖ ଅପରାହ୍ନ ୩.୩୦ରେ ବିଜେପି ପକ୍ଷରୁ ଡିଜିଟାଲ ରାଲି ଅନୁଷ୍ଠିତ ହେବ । ମୋଦି ସରକାରଙ୍କ ବର୍ଷପୂର୍ତ୍ତି ସଫଳତା ନେଇ ଏହି ଡିଜିଟାଲ ରାଲି ଅନୁଷ୍ଠିତ ହେବ । ଏହି ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି । ଏହାଛଡ଼ା ପଶ୍ଚିମବଙ୍ଗ ଓ ବିହାର ଲୋକଙ୍କୁ ମଧ୍ୟ ଅମିତ ଶାହା ସମ୍ବୋଧନ କରିବେ । ଏହି ଡିଜିଟାଲ ରାଲିଲେ ଲକ୍ଷାଧିକ ଲୋକଙ୍କୁ ସାମିଲ କରାଯିବାର ଯୋଜନା ରହିଛି । ତେବେ ବିଜେପିର ଏହି ଭର୍ଚୁ୍ୟଆଲ ରାଲିକୁ ସମାଲୋଚନା କରିଥିଲେ କଂଗ୍ରେସ ବିଧାୟକ ସୁରରାଉତ ରାୟ । ସେ କହିଥି ଯେ, ଲକଡାଉନ ଓ ସଟଡାଉନ ବେଳେ ଏପରି ରାଲି ଆୟୋଜନ ବେଆଇନ । ରାଜନୈତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଥିବାବେଳେ ସ୍ୱରାଷ୍ଟ୍ରମନ୍ତ୍ରୀ କିପରି ଭାଷଣ ଦେବେ ବୋଲି ଶ୍ରୀ ରାଉତରାୟ ପ୍ରଶ୍ନ କରିଥିଲେ ।
Comments ସମସ୍ତ ମତାମତ