Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ରୁପିରୁ ରକ୍ଷା ପାଇବାର ସରଳ ଉପାୟ

    Share on :
    ajab-Image
    Date: Dec 5, 2019    Views: 2623

    ଶୀତରେ କେଶ ରୁପି ସମସ୍ୟା
    ଗୁଡ଼ିକ:
    ଅନ୍ୟ ଋତୁ ତୁଳନାରେ ଶୀତ ଋତୁରେ କେଶ ସମସ୍ୟା ଅଧିକ ଉପୁଜିଥାଏ । ଯେପରି କେଶ ରୁପି, କେଶ ଖୁବ ପରିମାଣରେ ଝଡ଼ିବା ଇତ୍ୟାଦି । ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ କେଶର ଭଲ ଭାବେ ଯତ୍ନ ନେବା ସହ ଘରୋଇ ଉପଚାର କଲେ ଏସବୁରୁ ମୁକ୍ତି ମିଳିଥାଏ ।
    କେଶକୁ ଭଲ ଭାବେ ସଫା ନ କଲେ କିମ୍ବା ଧୋଇବା ପରେ ଠିକ୍ରେ ନ କୁଣ୍ଡାଇଲେ, ତେଲ ନିୟମିତ କେଶମୂଳରେ ନ ଲଗାଇବା, ବିଭିନ୍ନ ପ୍ରକାର ରାସାୟନିକ ତତ୍ତ୍ୱ ଥିବା ଶାମ୍ପୁରେ କେଶ ସଫା କଲେ ବାରମ୍ବାର ହେୟାର ଡ୍ରାଏରରେ କେଶ ଶୁଖାଇବା କାରଣରୁ ହିଁ ରୁପି ସମସ୍ୟା ଉପୁଜିଥାଏ ।
    ଆମ ଶରୀରରେ ଭିଟାମିନ ଡି ଓ ଏ’ର କମ୍ ହେବା, ମାନସିକ ଚିନ୍ତା, କୁପୋଷଣ, ସବୁବେଳେ ମୁଣ୍ଡରେ କ୍ୟାପ ପିନ୍ଧୁଥିଲେ ମଧ୍ୟ ରୁପି ହେଉଥିବାର ପ୍ରକାଶ ।
    କେଶକୁ କଲର କରିଥିଲେ ମଧ୍ୟ ରୁପି ହୋଇଥାଏ । କାରଣ ସେହି କଲରରେ ରାସାୟନିକ ମିଶ୍ରଣ ଥାଏ ।
    ସପ୍ତାହକୁ ୨-୩ ଥର ନଖ ଉଷୁମ ନଡ଼ିଆ ତେଲ କିମ୍ବା ସୋରିଷ ତେଲ କେଶ ମୂଳରେ ମାଲିସ କରିବା ଉଚିତ ।
    ପ୍ରତି ୧୫ ଦିନରେ ଥରେ କେଶମୂଳକୁ ବାମ୍ଫ ଦିଅନ୍ତୁ । ଏହା ସହ ଦିନକୁ ଅତିକମ୍ରେ ୩ ଥର କେଶ ଭଲ ଭାବେ କୁଣ୍ଡାଇବା ଉଚିତ ।
    ବାହାରକୁ ଯିବା ପୂର୍ବରୁ କେଶରେ ସ୍କାର୍ଫ ଭଲ ଭାବେ ବାନ୍ଧି ଯିବା ଆବଶ୍ୟକ । କାରଣ ଧୂଳିମଳି କେଶରେ ରହି ତାହା କାରଣରୁ ମଧ୍ୟ ରୁପି ହୋଇଥାଏ ।
    ଶୋଇବା ସମୟରେ ଚା’ କଫି, ମୃଦୁପାନୀୟ ଇତ୍ୟାଦି ପିଇବାର ଅଭ୍ୟାସ ବନ୍ଦ କରନ୍ତୁ ।
    ଗୋଟିଏ ଦିନରେ ୮-୧୦ ଗିଲାସ ପାଣି ପିଇବା ଉଚିତ ।
    ଭଲ ହର୍ବାଲ ଅର୍ଗାନିକ୍ କମ୍ପାନୀର ଶାମ୍ପୁ ବ୍ୟବହାର କରିବା ସହ ସପ୍ତାହରେ ୨-୩ ଥର କେଶ ସଫା କରିବା ଉତ୍ତମ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook